ଧାର୍ମିକ ସ୍ଥଳରେ ଇଟାଲୀୟ ଦମ୍ପତ୍ତିଙ୍କ ଓପନ୍ ସେକ୍ସ : ସେହି ପର୍ଣ୍ଣ ଭିଡିଓକୁ ସୋସିଆଲ ମିଡିଆରେ କଲେ ଅପଲୋଡ ,ତା’ପରେ…

Published By : Prameya-News7 Bureau | February 15, 2020 IST

ୟାଙ୍ଗୋନ୍ ୧୫/୨: ମ୍ୟାଁମାରରେ ଧାର୍ମିକ ସ୍ଥଳରେ ଦମ୍ପତ୍ତି ପର୍ଣ୍ଣ ଭିଡିଓ କରିବା ଘଟଣା ସାମନାକୁ ଆସିଛି। କେବଳ ଏତିକି ନୁହେଁ ଏ ଦୁଇ ଜଣ ଭିଡିଓ କରିବା ପରେ ଏହାକୁ ପର୍ଣ୍ଣ ସାଇଟରେ ଅପଲୋଡ କରିଛନ୍ତି। ଏହା ପରେ ସୃଷ୍ଟି ହୋଇଯାଇଛି ହଇଚଇ।

ଇଟାଲୀର ଦମ୍ପତ୍ତି ମ୍ୟାଁମାରର ପବିତ୍ର ସ୍ଥଳ ବାଗାନରେ ଖୋଲାଖୋଲି ଭାବେ ଶାରିରୀକ ସମ୍ପର୍କ ରଖି ଏହାର ଭିଡିଓ କରିଥିଲେ। ଏହା ପରେ ଏହି ଭିଡିଓକୁ ଏକ ଚର୍ଚ୍ଚିତ ପର୍ଣ୍ଣ ଓ୍ବେବସାଇଟରେ ମଧ୍ୟ ଅପଲୋଡ କରିଛନ୍ତି।

ଏହି ଭିଡିଓକୁ ଏବେ ସୁଦ୍ଧା ହଜାର ଲୋକ ଦେଖି ସାରିଛନ୍ତି। ଭିଡିଓରୁ ପରିଷ୍କାର ଭାବେ ଦେଖିବାକୁ ମିଳୁଛି ଯେ ଏହା ଧାର୍ମିକ ସ୍ଥଳରେ ସୁଟ୍ କରାଯାଇଛି। ଦମ୍ପତ୍ତି ଏହାକୁ ପୁରାତନ ପାଗୋଡ଼ାରେ ରେକର୍ଡ଼ କରିଛନ୍ତି।

 ସ୍ଥାନୀୟ ଲୋକେ ଭିଡିଓ ବିଷୟରେ ଜାଣିବାରୁ ରାଗି ଯାଇଥିଲେ। ସ୍ଥାନୀୟ ଲୋକେ ଭିଡିଓକୁ ଦେଖିଥିଲେ ଏବଂ ଏହା ବିରୋଧରେ ଅଭିଯୋଗ କରିବାକୁ ଦାବି କରିଥିଲେ।

ଧର୍ମସ୍ଥାନ ଏବଂ ପାଗୋଡ଼ାରେ କିମ୍ବା ଏହା ବାହାରେ ଯୌନାଚାର କରିବା ଅସହନୀୟ ଅଟେ। ଏହା ବ୍ୟତୀତ ଏହି କାର୍ଯ୍ୟ ବାଗାନରେ ହୋଇଛି ,ଯାହା ଏଠାକାର ଲୋକଙ୍କ ଧର୍ମ,ସଂସ୍କୃତି ଏବଂ ଇତିହାସର ଅମୂଲ୍ୟ ରତ୍ନ।

ଏହି ଧାର୍ମିକ ସ୍ଥଳରେ ସ୍ଥାନୀୟ ଲୋକଙ୍କ ସହିତ ବିଦେଶୀଙ୍କୁ ମଧ୍ୟ ଶର୍ଟସ୍ କିମ୍ବା ଅଶ୍ଳୀଳ ପୋଷାକ ପିନ୍ଧିବାକୁ ମନା କରାଯାଇଥାଏ। ପଗୋଡ଼ା,ମନ୍ଦିର ଏବଂ ଧାର୍ମିକ ସ୍ଥାନରେ ଅଶ୍ଳୀଳ ପୋଷାକ ପିନ୍ଧିବା ନିଷେଧ ଅଟେ।

ମ୍ୟାଁମାରର ଧାର୍ମିକ ସ୍ଥଳ ଏବଂ ଏହା ପରିସରରେ ଖୋଲାଖୋଲି କିସ୍ କରିବା ଭଳି ଅନୁଚିତ୍ ବ୍ୟବହାର କରିବା ମଧ୍ୟ ନିଷେଧ ରହିଛି।

ସୋସିଆଲ ମିଡିଆରେ ମଧ୍ୟ ଲୋକେ ଏହି ମାମଲାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.