ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

ଶିଶୁକୁ ଏୟାରପୋର୍ଟରେ ଛାଡି ଦୌଡିଲେ ଦମ୍ପତି, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

5/02/2023 at 2:26 PM

ନୂଆଦିଲ୍ଲୀ ୦୫।୦୨: ସାଧାରଣତଃ ପିତାମାତା ଯେଉଁଆଡେ ବି ଯାଆନ୍ତି ନିଜ ପିଲାମାନଙ୍କୁ ନେଇ ଯାଇଥାନ୍ତି । କିନ୍ତୁ ଏବେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଜଣେ  ଅଜ୍ଞାତ ଦମ୍ପତି ନିଜ ନବଜାତ ଶିଶୁକୁ ବିମାନ ବନ୍ଦର ଛାଡି ଚାଲିଯାଇଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର୍ ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଜଣେ ଅଜ୍ଞାତ ଦମ୍ପତି ନିଜ ଶିଶୁକୁ ଇସ୍ରାଏଲର ଏକ ବିମାନବନ୍ଦରର ଚେକ୍ ଇନ୍ କାଉଣ୍ଟରରେ ଛାଡି ଦେଇଥିଲେ । ତେବେ ଏହାର କାରଣ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଶିଶୁଟିକୁ ବିମାନ ବନ୍ଦରରେ ଛାଡିବାର କାରଣ ହେଉଛି ଯେ ଦମ୍ପତି ଶିଶୁଟିର ଟିକେଟ୍ ବିନା ପହଞ୍ଚିଥିଲେ ବିମାନବନ୍ଦରରେ । ଏହି ଦମ୍ପତି ବେନ୍ ଗୁରିଅନ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବେଲଜିୟମର ବ୍ରୁସେଲ୍ସ ଅଭିମୁଖେ ଏକ ରାଇନାର୍ ବିମାନ ପାଇଁ ଚେକ ଇନ କରୁଥିଲେ ।

ସେପଟେ ବିମାନବନ୍ଦର ପକ୍ଷରରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ବେଲଜିୟମ ପାସପୋର୍ଟ ଥିବା ଏକ ଦମ୍ପତି ନବଜାତ ଶିଶୁକୁ ନନେଇ ଉଡ଼ାଣ ପାଇଁ ଟର୍ମିନାଲ୍ -୧ ରେ ପହଞ୍ଚିଥିଲେ । ନବଜାତ ଶିଶୁକୁ ସିଟରେ ଛାଡି ଟର୍ମିନାଲ ଆଡକୁ ଦୌଡ଼ି ବୋର୍ଡିଂ ଗେଟ୍ ପାଖରେ ପହଞ୍ଚିଥିଲେ ଦମ୍ପତି । ତେବେ ବିମାନବନ୍ଦରର ସିକ୍ୟୁରିଟି ଗାର୍ଡଙ୍କ ଦ୍ବାରା ସେମାନଙ୍କ ଯାତ୍ରା ଉପରେ ରୋକ ଲଗାଯାଇଛି ।

କିନ୍ତୁ ରାଇନାର୍ ୱେବସାଇଟ୍ ଅନୁସାରେ, ଅନ୍ଲାଇନ୍ ବୁକିଂ ପ୍ରକ୍ରିୟା ସମୟରେ ଶିଶୁମାନଙ୍କୁ ବିମାନ ସଂରକ୍ଷଣରେ ଅନ୍ତର୍ଭୁକ୍ତ କରାଯାଇପାରିବ।  ନିୟମ ଅନୁଯାୟୀ, ଶିଶୁଟିକୁ ଯଦି ବ୍ୟକ୍ତି ଜଣକ କୋଳରେ ବସାଇ ନିଅନ୍ତି । ତେବେ ଏକତରଫା ଉଡାଣ ପାଇଁ ଏୟାରଲାଇନ୍ସ ଶୁଳ୍କ ଆଦାୟ କରିଥାଏ । ଆଉ ଯଦି ବ୍ୟକ୍ତି ଚାହାଁନ୍ତି ଯେ ଶିଶୁଟି ପାଇଁ ଅନ୍ୟ ଗୋଟିଏ ସିଟରେ ଯାତ୍ରା କରିବେ ତେବେ ଏହାର ଅନ୍ୟ ବ୍ୟବସ୍ଥା କରାଯାଇଥାଏ ।

   Related Posts