Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସୁଛି ଆଉ ଏକ ପଶ୍ଚିମା ଝଡ଼, ୩୧ ଯାଏଁ ବର୍ଷିବ
  • ||

ଘର କବାଟ ନିକଟରେ ଚପଲ ରଖିବାକୁ ନେଇ ପଡ଼ୋଶୀଙ୍କୁ ହତ୍ୟା କଲେ ଦମ୍ପତ୍ତି

5/03/2023 at 10:59 PM

ନୂଆଦିଲ୍ଲୀ, ୦୫/୦୩: କବାଟ ନିକଟରେ ଚପଲ ରଖିବା କାରଣରୁ ପଡ଼ୋଶୀଙ୍କୁ ହତ୍ୟା କଲେ ଦମ୍ପତ୍ତି। ଘଟଣାରେ ମହିଳାଙ୍କୁ ଗିରଫ କରଯାଇଥିବାବେଳେ ତାଙ୍କ ସ୍ବାମୀ ଫେରାର୍‌ ଅଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ଥାନେର ନୟା ନଗରରେ।

ସୂଚନା ଅନୁଯାୟୀ, ଶନିବାର ନୟା ନଗରରେ ରହୁଥିବା ଏହି ଦମ୍ପତ୍ତି ସେମାନଙ୍କ ପଡ଼ୋଶୀଙ୍କୁ ହତ୍ୟା କରିଛନ୍ତି। ତେବେ ଏହାର କାରଣ ହେଉଛି ଯେ ପଡ଼ୋଶୀ ଜଣକ ତାଙ୍କ ଚପଲ ଏହି ଦମ୍ପତ୍ତିଙ୍କ ଘରର କବାଟ ନିକଟରେ ରଖିଥିଲେ। ଯାହାକୁ ନେଇ ଝଗଡ଼ା ହୋଇଥିଲା। ଯାହାପରେ ଦମ୍ପତ୍ତି ପଡ଼ୋଶୀ ଅଫସାର ଖାତରୀ (୫୪) ଙ୍କୁ ହତ୍ୟା କରିଥିଲେ। ତେବେ​‌ ହତ୍ୟା ପରେ ମହିଳାଙ୍କ ସ୍ବାମୀ ଫେରାର୍‌ ହୋଇଯାଇଥିବାବେଳେ ମହିଳାଙ୍କୁ ଗିରଫ କରିଛି ନୟା ନଗର ପୋଲିସ୍‌।

   Related Posts