ସନ୍ତାନ ସ୍ନେହଠୁ ଦାୟିତ୍ୱ ବଡ଼ : କୁନି ଝିଅକୁ ଘରେ ଛାଡି ଲକ୍‌ଡାଉନ୍‌ ବେଳେ ଜରୁରୀ ସେବାରେ ମା'-ବାପା

Published By : Prameya-News7 Bureau | April 30, 2020 IST

ନୂଆପଡା ୩୦।୦୪: କରୋନା ପାଇଁ ସାରାଦେଶରେ ଲକ୍‌ଡାଉନ୍ ଜାରି ରହିଛି । ଏହି ଲକ୍‌ଡାଉନ୍‌ ସମୟରେ ସମସ୍ତଙ୍କ ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ସରକାର । ତେବେ ଏହି କରୋନା ଯୁଦ୍ଧରେ ଜଣେ ଜଣେ ସାରଥୀ ସାଜିଛନ୍ତି ପୋଲିସ ବାହିନୀ । କିଏ କେଉଁଠି ନିଜର ଘର ବା ପାରିବାରିକ କାମ ଛାଡି କର୍ତ୍ତବ୍ୟ କରୁଛି ତେ, ଆଉ କେଉଁଠି କିଏ ନିଜ ବହୁ ଅସୁବିଧା ଥାଇ ମଧ୍ୟ ଲୋକମାନଙ୍କ ସେବାରେ ଲାଗିପଡିଛନ୍ତି । ଏବଂ ସମାଜର ଜାଗ୍ରତ ପ୍ରହରୀ ପରି ଜଗିରହିଛନ୍ତି ।

{"id":262432,"width":576,"height":285,"sizeSlug":"large"}

ଯେଉଁଦିନ ଠାରୁ କରୋନା ଭୟ ଦେଖା ଦେଇଛି ସେହିଦିନ ଠାରୁ ପୋଲିସ କର୍ମଚାରୀ ମାନଙ୍କ ପାଇଁ ସୁରକ୍ଷାକୁ ନେଇ ଦାୟିତ୍ୱ ବଢି ଯାଇଛି । କିଏ ସୀମାନ୍ତବର୍ତ୍ତି ଅଞ୍ଚଳରେ ଦିନରାତି ଖଟୁଛି ତ ଆଉ କିଏ ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ନିଜ ବ୍ୟକ୍ତିଗତ ସମସ୍ୟାକୁ ଜଳାଞ୍ଜଳି ଦେଉଛି । ଅନେକଙ୍କ ଭିତରେ ଆଜିର ଖବର କିନ୍ତୁ ସମ୍ପୂର୍ଣ୍ଣ ଅଲଗା । ଏକ ସାତ ବର୍ଷର କୁନି ଝିଅକୁ ଘରେ ତାଲା ବନ୍ଦ କରି  ଡ୍ୟୁଟିରେ ଚାଲି ଯାଉଛନ୍ତି କନଷ୍ଟେବଳ ଦମ୍ପତ୍ତି । ସ୍କୁଲ ଚାଲିଥିବା ବେଳେ ସ୍କୁଲ ପଠାଇ ଆରାମରେ ନିଜର କର୍ତ୍ତବ୍ୟ କରି ପାରୁଥିଲେ ହେଲେ ଲକ୍ ଡାଉନ ପରେ ସ୍କୁଲ ବନ୍ଦ ହୋଇଗଲା । ଏହାସହ ବାପା, ମା ହେଉ କି ଶାଶୁ,ଶ୍ୱଶୁର କେହି ନା କେହି ଆସି କିଛିଦିନ ରହି ନାତୁଣିର ଦେଖାରେଖା ମଧ୍ୟ କରୁଥିଲେ । କିନ୍ତୁ ଏବେ ଲକ୍ ଡାଉନ ପାଇଁ କେହି ଆସି ପାରୁ ନାହାନ୍ତି ।

{"id":262431,"sizeSlug":"large"}

ସ୍ୱାମି ଶେଷଦେବ ବିଶି ରିଜର୍ଭ ପୋଲିସରେ କାମ କରୁଥିବା ବେଳେ ସକାଳ ଆଠଟାରୁ ଅଫିସକୁ ଚାଲି ଯାଉଛନ୍ତି । ମାଆ ରଶ୍ମିତା ନାଏକ ସକାଳୁ ଉଠି ରନ୍ଧାବଢା କରି ସମସ୍ତଙ୍କୁ ଦେବା ସହ ଝିଅକୁ ଖୁଆଇ କ୍ଷୀର ସହ ଆବଶ୍ୟକୀୟ ସାମଗ୍ରୀ ଦେଇ ଥାନାକୁ ଡ୍ୟୁଟିରେ ଚାଲିଯାଆନ୍ତି । ଡ୍ୟୁଟି ଭିତରେ ଝିଅକୁ ଭୟ ଲାଗିଲେ ତା ପଟୁ ଫୋନ୍‌ କରେ ନଚେତ ଡ୍ୟୁଟିରୁ ସମୟ ବାହାର କରି ଦୁଇ ଦମ୍ପତ୍ତି ଝିଅ ଆୟୁଶିକୁ ଭିଡିଓ କଲ୍ ମାଧ୍ୟମରେ ସାହାସ ଦିଅନ୍ତି । ଆଉ କିଛି ସମୟ ପରେ ଆସିଯିବୁ ବୋଲି ବୁଝେଇ ଦିଅନ୍ତି । ପ୍ରଥମେ ପ୍ରଥମେ କାନ୍ଦୁଥିଲା ହେଲେ ଏବେ ସ୍ମାର୍ଟ ଫୋନ ତା ପାଇଁ ଏକ ପ୍ରକାର ସାହାରା ପାଲଟିଛି । ମୋବାଇଲରେ କିଛି ସମୟ କାଟି ଦେଉଛି ହେଲେ ମନେ ପଡିଲେ ପୂଣି କାନ୍ଦିବା ଆରମ୍ଭ କରି ଦେଉଛି । ତା ବାହାରେ ବିଦ୍ୟାଳୟ ବନ୍ଦ ହେତୁ ହୋମୱାର୍କ ଦେଇ ଦୁଇ ଦମ୍ପତ୍ତି ତାର ମାଇଣ୍ଡ ଡାଇଭର୍ଟ କରିବା ପାଇଁ ଚେଷ୍ଟା କରନ୍ତି ।

wp:core-embed/twitter {"url":"https://twitter.com/SPNUAPADA/status/1255023997235888133","type":"rich","providerNameSlug":"twitter","className":""}
https://twitter.com/SPNUAPADA/status/1255023997235888133
/wp:core-embed/twitter

 ଏଭଳି ପରିସ୍ଥିତିରେ ମଧ୍ୟ ଦୁଇ ଦମ୍ପତ୍ତି ନିଜ କର୍ତ୍ତବ୍ୟ ପ୍ରତି କେବେ ଅବହେଳା କରି ନାହାନ୍ତି । ରାତି ହେଉ କି ଦିନ ଯେତେବେଳେ ଥାନାରୁ ଫୋନ ଆସିଲେ ରଶ୍ମିତା ହାଜିର ହୋଇ ଯାଆନ୍ତି । ରାତିରେ ଚଢାଉ ସହ ଯେଉଁଭଳି କାମ କହିବା ମାତ୍ରେ ନାଁ କହିବାର ପ୍ରଶ୍ନ ଉଠେନି ନିଷ୍ଠାପର ଦାୟିତ୍ୱ ଏବଂ କର୍ତ୍ତବ୍ୟ ପାଇଁ ନୂଆପଡା ଏସ୍‌ପି ବିନିତ ଆଗ୍ରୱାଲ ଟ୍ବିଟ କରି ପ୍ରଶଂସା ଜଣାଇଛନ୍ତି । ଯାହାପାଇଁ ନିସ୍ବାର୍ଥପର ସେବା ମନୋଭାବ ଏବଂ କାର୍ଯ୍ୟଦକ୍ଷତା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ପୂରସ୍କୃତ ମଧ୍ୟ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.