ଜମିବାଡି ବିବାଦକୁ ନେଇ ଉତ୍ତେଜନା, ଆକ୍ରମଣରେ ସ୍ବାମୀ-ସ୍ତ୍ରୀ ଆହତ

Published By : Prameya-News7 Bureau | July 02, 2022 IST

ସୋର ୨୭: ଜମିବାଡି ବିବାଦକୁ ନେଇ ଆକ୍ରମଣ । ମାରଣାସ୍ତ୍ରରେ ଆକ୍ରମଣରେ ସ୍ବାମୀ ଓ ସ୍ତ୍ରୀ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ସୋର ଥାନା ରାଧାବଲ୍ଲଭପୁର ଗ୍ରାମରେ ମନୋରଞ୍ଜନ ବେହେରା ଶନିବାର ସକାଳେ ମିସ୍ତ୍ରୀ ଲଗାଇ ଛପର କାମ କରୁଥିଲେ । ଏହି ସମୟରେ ପଡୋଶୀ ସଂଘବଧ ଭାବେ ଛପର କାମ କରୁଥିବା ମିସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଛପର କାମ କରୁଥିବା ମିସ୍ତ୍ରୀ ଛତ୍ରଭଙ୍ଗ ଦେଇଥିଲେ । ଆକ୍ରମଣକାରୀଙ୍କ ହାବୁଡ଼ରେ ମନୋରଞ୍ଜନ ଓ ତାଙ୍କ ସ୍ତ୍ରୀ ପଡିଯିବାରୁ କଟୁରୀରେ ଦମ୍ପତ୍ତିଙ୍କୁ ହାଣି ଚାଲିଥିଲେ । ଆକ୍ରମଣରେ ମନୋରଞ୍ଜନଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି । ମନୋରଞ୍ଜନଙ୍କ ସ୍ତ୍ରୀଙ୍କ ହାତରେ ମଧ୍ୟ ଆଘାତ ଲାଗିଛି । ଉଭୟଙ୍କୁ ଗ୍ରାମବାସୀମାନେ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଖରାପ ହେବାରୁ ତାଙ୍କୁ ବାଲେଶ୍ଵର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.