ପୂର୍ବ ଶତୃତାରୁ ଜଘନ୍ୟକାଣ୍ଡ: ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ଦମ୍ପତ୍ତି ଗୁରୁତର
15/01/2023 at 8:23 PM

ବଲାଙ୍ଗୀର ୧୫/୦୧: ଦୁର୍ବୃତ୍ତଙ୍କ ଅତର୍କିତ ଆକ୍ରମଣରେ ଦମ୍ପତ୍ତି ଗୁରୁତର। ଅଭିଯୁକ୍ତମାନେ ଯୁବକ ଓ ତାଙ୍କ ସ୍ତ୍ରୀଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏପରି ଅଭାନୀୟ ଘଟଣା ବଲାଙ୍ଗୀର ସହରରେ ଥିବା ଶାସ୍ତ୍ରୀନଗରରେ ଘଟିଛି। ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ଭବାନୀ ଦୀପ ନାମକ ଜଣେ ଯୁବକ ଓ ତାଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଜଘନ୍ୟ କାଣ୍ଡ ହୋଇଥିବା ଜଣାପଡ଼ିଛି। ସେପଟେ ଏହା ଜାଣି ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Related Posts
ହେପାଜତରେ ଅଭିଯୁକ୍ତ ମୃତ ! ରେଞ୍ଜରଙ୍କ ସମେତ ୭ ଥାନାରେ ଅଟକ
6 February 2023
ରାତି ୧୨ପରେ ବୁଲୁଛି ମୋଟର ସାଇକେଲ, ସିସିଟିଭିରେ ଭିଜୁଆଲ କଏଦ
6 February 2023