ମଝି ଆକାଶରେ ଦମ୍ପତ୍ତିଙ୍କ ଡିନର, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

Published By : Prameya-News7 Bureau | July 09, 2024 IST

ମୁମ୍ଵାଇ ୦୯।୦୭: ସୋସିଆଲ ମିଡିଆରେ  ଏକ ଭିଡିଓ ଭାଇରାଲ୍‌  ହେଉଛି । ଜଣେ ଦମ୍ପତି  ମଝି ଆକାଶରେ ରାତ୍ରିଭୋଜନ କରୁଥିବା ଦେଖିବାକୁ ମିଳୁଛି । ଘଟଣାଟି ରୁଷ୍‌ର ।  ଭିଡିଓରେଦୁଇଟି ପାହାଡ଼କୁ ସଂଯୋଗ କରୁଥିବା  ଏକ ରୋପ୍‌ୱେ ତାର ସହାୟତାରେ ଟେବୁଲ ଓ ଚେୟାରକୁ ବାନ୍ଧି ଲଟକାଯାଇଛି । ଦମ୍ପତି ସେହି  ଚେୟାରରେ ବସିଛନ୍ତି । ମହିଳା ଧଳା ରଙ୍ଗର  ଗାଉନ୍‌ ପିନ୍ଧିଥିବାବେଳେ ପୁରୁଷ କଳା ସୁଟ୍‌ରେ  ନଜର ଆସୁଛନ୍ତି । ସେମାନଙ୍କ ସାମ୍ନାରେ ଖାଦ୍ୟର  ପ୍ଲେଟ୍‌ ସହିତ ଏକ ଫୁଲତୋଡ଼ା ବି ରଖାଯାଇଛି । 

ଅସ୍ତଗାମୀ ସୂର୍ଯ୍ୟଙ୍କର କିରଣ ମଧ୍ୟରେ ଏହା ଏକ  ରୋମାଣ୍ଟିକ ଡିନର୍‌ ବୋଲି ସେମାନେ ଲେଖିଛନ୍ତି ।  ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସରେ ମ୍ୟାଟ୍‌- ପିନର ନାମକ ଏକ ଆଇଡିରୁ ରବିବାର ଭିଡିଓକୁ  ସେୟାର କରାଯାଇଥିଲା । ଅଦ୍ୟାବଧି ୮୦ ଲକ୍ଷରୁ  ଅଧିକ ଲୋକେ ଏହାକୁ ଦେଖିସାରିଲେଣି । ୧୮  ହଜାରରୁ ଅଧିକ ଲୋକ ଲାଇକ୍‌ ମଧ୍ୟ କରିଛନ୍ତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.