ଉମରକୋଟ ୨୨।୮: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡ଼ଭରଣ୍ଡି ପଞ୍ଚାୟତର ଅଲେଖ ମହିମା ମନ୍ଦିର ପରିସରରେ ଥିବା ରୋଷେଇ ଘର ଭିତରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ସ୍ଥାନୀୟ ବଡ଼ଭରଣ୍ଡିର ଜଗଦୀଶ କଲାରଙ୍କ ପୁଅ ପ୍ରଫୁଲ୍ଲ କଲାର ହୋଇଥିବା ବେଳେ ଯୁବତୀଙ୍କ ପରିଚୟ ଜଣାପଡି ନାହିଁ । ଯୁବତୀଙ୍କ ନିକଟରୁ ଏକ ସୁଇସାଇଡ୍ ନୋଟ୍ ମିଳିଛି ଯେଉଁଥିରେ ଯୁବତୀ ଜଣଙ୍କ ଇଂରାଜୀ ଲେଖା ହିନ୍ଦୀ ଭାଷାରେ କିଛି ଲେଖିଛନ୍ତି ।
{"align":"center","id":674393,"sizeSlug":"full","linkDestination":"none"}ପାରିପାର୍ଶ୍ଵିକ ପରିସ୍ଥିତିକୁ ଦେଖିଲେ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି କୁହାଯାଉଛି । କିନ୍ତୁ କାହିଁକି ଏମାନେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ । ତେବେ ପୁଅର ବାପା ଝିଅକୁ ଚିହ୍ନି ନଥିଲେ ମଧ୍ୟ ପୁଅ ଭଲ ପାଉଥିବ ବୋଲି ସନ୍ଦେହ କରିଛନ୍ତି ।
{"id":674394,"sizeSlug":"full","linkDestination":"none"}ତେବେ ପୁଅ ପ୍ରଫୁଲ୍ଲ କଲାର ଗାଡ଼ି ଚଲାନ୍ତି । ସେ ଦୀର୍ଘ ଦିନ ହେଲା ଘରକୁ ଆସି ନଥିଲେ ବୋଲି ପରିବାର ଲୋକେ କହିଛନ୍ତି ।ପ୍ରକାଶ କରିଛନ୍ତି ।