ତେନ୍ତୁଳି ଗଛରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି ପ୍ରେମୀ ଯୁଗଳ

Published By : Prameya-News7 Bureau | February 23, 2024 IST

ଉମରକୋଟ 23/02: ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟର ଅନ୍ତର୍ଗତ ଭରକିଭଟ୍ଟା ରଙ୍ଗମାଟିଗୁଡାର ଗ୍ରାମରେ। ପ୍ରେମୀଯୁଗଳ ହେଲେ ସେଇ ରଙ୍ଗମାଟିଗୁଡାର ମାଳି ଗୌଡ଼ଙ୍କ ପୁଅ ମୋହନ ଗୌଡ଼ ଓଜଗ ଗୌଡ଼ଙ୍କ ଝିଅ ଗୋରୀ ଗୌଡ଼ ।

{"id":912796,"sizeSlug":"full","linkDestination":"none"}

ଶୁକ୍ରବାର ସକାଳୁ ଦୁହେଁ  ଗାଁ ନିକଟରୁ ପ୍ରାୟ ୩୦୦ମିଟର ଦୂରରେ ଥିବା ଏକ ତେନ୍ତୁଳି ଗଛରେ ଯାଇ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି । ତେବେ ଗ୍ରାମବାସୀ ତଥା ବନ୍ଧୁ ପରିଜନଙ୍କ କହିବା ଅନୁସାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ହେଲେ କାହିଁକି  ସେମାନେ ଆତ୍ମହତ୍ୟା କରିଛନ୍ତି ତାହା ସଠିକ୍ ଜଣା ପଡିନାହିଁ । ଘଟଣା ସ୍ଥଳରେ ଝରିଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.