କୋବି ତୋଳିବାକୁ ଯିବା ହେଲା କାଳ, ବିଦ୍ୟୁତ ଆଘାତରେ ସ୍ୱାମୀ-ସ୍ତ୍ରୀ ମୃତ

Published By : Prameya-News7 Bureau | December 12, 2020 IST

ଗଞ୍ଜାମ, ୧୨୧୨ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । କରେଣ୍ଟ ତାର ଲାଗି ଉଭୟ ସ୍ୱାମୀ ସ୍ତ୍ରୀ ପ୍ରାଣ ହରାଇଛନ୍ତି ।

ସୂଚନାନୁସାରେ, ଶନିବାର ସକାଳେ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ବୁରୁପଡା ଗ୍ରାମର ଜଣେ ଦମ୍ପତ୍ତି ବିଲକୁ ଯାଇଥିଲେ । ସେମାନେ କୋବି ତୋଳିବାକୁ ଯିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ।ଫଳରେ ସେମାନଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ଏଥିରେ ଉଭୟ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ମୃତ ଦମ୍ପତ୍ତି ହେଲେ ହୀନ ସାମଲ ଓ ପତ୍ନୀ ବିଷ୍ଣୁ ସାମଲ। ଉଭୟଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.