୨୯୫ ଫୁଟ ଉଚ୍ଚରେ ଦମ୍ପତି; ମାତ୍ର ୧୫ ମିନିଟ୍ ପାଇଁ ,ଦେବାକୁ ପଡୁଛି ୪ ଲକ୍ଷ
30/08/2023 at 11:01 AM

ନୂଆଦିଲ୍ଲୀ ୩୦।୦୮: ସାଧାରଣତଃ ଆମେ ଖାଦ୍ୟ ତଳେ କିମ୍ବା ଟେବୁଲ୍ରେ ବସି ଖାଇଥାଉ । କିନ୍ତୁ କେବେ ଶୁଣିଛନ୍ତି କି ଦେଖିଛନ୍ତି କି ପବନରେ ଝୁଲି ଝୁଲି ଖାଇବା । ସେ ପୁଣି ୨୯୫ ଫୁଟ୍ ଉଚ୍ଚରେ । ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା । କିନ୍ତୁ ଏହା ସତ । ଏବେ ଏକ ଭିଡିଓ ସୋଶିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯେଉଁଥିରେ ଦମ୍ପତି ଝୁଲୁଥିବା ଟେବୁଲ୍ରେ ବସି ଖାଦ୍ୟ ଖାଉଛନ୍ତି । ଆଉ ସାମ୍ନାରେ ରହିଛି ସୁନ୍ଦର ଝରଣା । ସୁନ୍ଦର ଝରଣାର ମନଲୋଭା ଦୃଶ୍ୟର ଭରପୁର ମଜା ନେଉଛନ୍ତି ଦମ୍ପତ୍ତି । ସେହି ସମୟର ଆଶ୍ଚର୍ଯ୍ୟଜନକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଖ୍ରୀଷ୍ଟିଆନ ହର୍ଟ ନାମକ ଜଣେ ମହିଳା ଏବଂ ତାଙ୍କ ରାପର ପାର୍ଟନର ସେୟାର କରିଛନ୍ତି ।

ବାସ୍ତବରେ ଏହା ଏକ ଅଜବ ରେଷ୍ଟୁରାଣ୍ଟ । ଯିଏକି ନିଜ କଷ୍ଟମରଙ୍କ ପାଇଁ ଜଳପ୍ରପାତ ମଧ୍ୟରେ ଖାଦ୍ୟ ଖାଇବାକୁ ଦେବା ସହ ସୁନ୍ଦର ଦୃଶ୍ୟର ଆନନ୍ଦ କରିବାକୁ ସୁଯୋଗ ଦେଇଥାଏ । ରେଷ୍ଟୁରାଣ୍ଟଟି ବ୍ରାଜିଲରେ ରହିଛି । ଯେଉଁଠାରେ ଜଣେ ଆମେରିକୀୟ ଦମ୍ପତି ଲଞ୍ଚ ଡେଟ୍ରେ ଯାଇଛନ୍ତି । ଏହି ଭିଡିଓକୁ ଦମ୍ପତି ସେମାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ସେୟାର କରିଛନ୍ତି । ଏହି ରେଷ୍ଟୁରାଣ୍ଟ ପ୍ରାୟ ୨୯୫ ଫୁଟ ଉଚ୍ଚରେ ଅବସ୍ଥିତ । ଯାହା ଏକ ସୁନ୍ଦର ଜଳପ୍ରପାତ ସାମ୍ନାରେ ଏକ ଦଉଡି ସାହାଯ୍ୟରେ ଝୁଲୁଛି ଟେବୁଲ୍ । ଆମେରିକୀୟ ଦମ୍ପତି ଏହି ସ୍ଥାନରେ ପହଞ୍ଚି ସେଠାରେ ଖାଦ୍ୟ ଖାଇଲେ । ଭାଇରାଲ୍ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଏହି ଦମ୍ପତି ସ୍ନାକ୍ସ ଏବଂ ରେଡ୍ ଓ୍ବାଇନ୍ ସହିତ ଏହି ଆଡଭେନଚର ମଜା ନେଉଛନ୍ତି । ଏହାକୁ ଦେଖିବା ପରେ ଯେକେହି ବି ଡରିଯିବେ ।
ଦମ୍ପତିଙ୍କ କହିବା ଅନୁଯାୟୀ ସେମାନେ ଚାଲିଚାଲି ଯାଇଥିଲେ ଝରଣା ପାଖକୁ । ଆଉ ଏହାପରେ ତାଙ୍କୁ ଟେବୁଲ୍ ଉପରେ ବସେଇ ଦିଆଯାଇଥିଲା । ପରେ ପୂରା ଶରୀରକୁ ବେଲ୍ଟ ରେ ବାନ୍ଧି ଦିଆଯାଇଥିଲା । ଆଉ ଟେବୁଲ୍କୁ ଏକ ଦଉଡିରେ ବାନ୍ଧି ଦୁହିଁଙ୍କୁ ପବନରେ ଲଞ୍ଚ ପାଇଁ ଝରଣା ମଝିକୁ ପଠାଯାଇଥିଲା । ୨୮ ବର୍ଷର ହର୍ଟ କହିଛନ୍ତି ଯେ ସେ ବ୍ରାଜିଲରେ କିଛି ଅଲଗା କରିବାକୁ ଚେଷ୍ଟା କରୁଥିଲେ । ସେତେବେଳେ ହିଁ ସେମାନେ ପବନରେ ଝୁଲି ଖାଦ୍ୟ ଖାଇବା ପାଇଁ ଏହି ସ୍ଥାନ ବିଷୟରେ ଜାଣିବାକୁ ପାଇଥିଲେ ।

ଏହି ୧୫ ମିନିଟର ଆଡଭେନଚର ପାଇଁ ଦମ୍ପତିଙ୍କୁ ଦେବାକୁ ପଡିଥିଲା ୫ ହଜାର ଡଲାର । ଅର୍ଥାତ୍ ୪ ଲକ୍ଷ ଟଙ୍କା । ଏହି ଟଙ୍କାରେ ଦମ୍ପତିଙ୍କର ଫଟୋ କ୍ଲିକ୍ କରାଯିବା ସହିତ ଡ୍ରୋନ୍ ସାହାଯ୍ୟରେ ଭିଡିଓ କରାଯାଇଥିଲା । ଦମ୍ପତିଙ୍କ କହିବା କଥା ହେଉଛି ସେମାନେ ଖାଇବା ପାଇଁ ସେଠାକୁ ଯାଇନଥିଲେ । କେବଳ ସେହି ସୁନ୍ଦର ଦୃଶ୍ୟକୁ ଉପଭୋଗ କରିବାକୁ ସେଠାକୁ ଯାଇଥିଲେ । ଦମ୍ପତି ସେହି ସମୟର ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି | ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖିଛନ୍ତି। ଲୋକମାନେ ଭିଡିଓଟିକୁ ବହୁତ ପସନ୍ଦ କରିଛନ୍ତି | ଏମିତିକି ଏଥିରେ ଲାଇକ୍ ଓ କମେଣ୍ଟ ଦେବା ଆରମ୍ଭ କରିଛନ୍ତି ।
You Can Read: