ସୋର ୨୭।୦୫ : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ପୁରୁଷୋତ୍ତମପୁର ପଞ୍ଚାୟତ ପାର୍ବତୀପୁର ଗାଁରେ ଅଭାବନୀୟ ଘଟଣା। କୌଣସି କାରଣରୁ ଦମ୍ପତ୍ତିଙ୍କ ଆତ୍ମହତ୍ୟା । ମୃତକଙ୍କ ନାମ ମନୋଜ ମହାକୁଡ଼ ଏବଂ ବୋହୂ ସସ୍ମିତା ମହାକୁଡ଼ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ରବିବାର ଦିନ ମନୋଜ ଓ ସସ୍ମିତା ଖାଇ ସାରି ଶୋଇବାକୁ ଯାଇଥିଲେ । ଅପରାହ୍ନରେ ସସ୍ମିତାଙ୍କ ଭଉଣୀ ଏବଂ ଭିଣୋଇ ଆସି ଘରେ ପହଞ୍ଚିଥିଲେ ଏବଂ ଘରର କବାଟ ବାଡେଇ ଡାକିଥିଲେ । ହେଲେ କେହି କବାଟ ଖୋଲିନଥିଲେ । ଏହାପରେ ପରିବାର ଲୋକଙ୍କୁ ଜଣାଇଥିଲେ ସସ୍ମିତାଙ୍କ ଭଉଣୀ ଏବଂ ଭିଣୋଇ । ଶେଷରେ ପରିବାର ଲୋକ କବାଡକୁ ତାଡି ଦେଖିବା ବେଳକୁ ଉଭୟଙ୍କ ବେକରେ ବିଦ୍ୟୁତ ତାର ଥିବା ଦେଖିବାକୁ ପାଇଥିଲେ । ଦୁଇ ଜଣ ବିଦ୍ୟୁତ ଆଘାତ ଜରିଆରେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ।
ସେପଟେ ବର୍ତ୍ତମାନ ଯାଏଁ ଆତ୍ମହତ୍ୟାର କାରଣ ଜଣାପଡିନାହିଁ । ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ପୋଲିସର ପ୍ରାଥମିକ ତଦନ୍ତ ପରେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିବ ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି ।