ମୁଖୀଗୁଡାରେ କରେଣ୍ଟ ଲାଗି ଏକାବେଳେ ସ୍ବାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ

Published By : Prameya-News7 Bureau | June 03, 2019 IST

ଭବାନୀପାଟଣା ୩|୬: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଖୀଗୁଡା ଇନ୍ଦ୍ରାବତୀ ପ୍ରୋଜେକ୍ଟ-୨ ଅଞ୍ଚଳରେ ଅଘଟଣ ଘଟିଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ବାମୀ ଓ ସ୍ତ୍ରୀ ଉଭୟଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ଅଶୋକ ନାଗ ଓ ରାଧେ ନାଗ । ରାଧେ ନାଗ ଛାତ ଉପରେ ଲୁଗା ଶୁଖାଉଥିବାବେଳେ ଛାତ ଉପରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ତାଙ୍କୁ ବଂଚାଇବାକୁ ଯାଇ ସ୍ବାମୀ ଅଶୋକ ନାଗ ମଧ୍ୟ ବିଦ୍ୟୁତ ତାରରେ ଲାଗିଯାଇଥିଲେ । ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.