୫୫ ନମ୍ବର ଜାତୀୟ ରାଜପଥର ତେଲିମୁଣ୍ଡାଠାରେ ଅଜଣା ଗାଡି ଧକ୍କାରେ ଦମ୍ପତି ମୃତ, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ

Published By : Prameya-News7 Bureau | January 20, 2019 IST

ଦେବଗଡ୨୦|୧: ୫୫ ନମ୍ବର ଜାତୀୟ ରାଜପଥର ତେଲିମୁଣ୍ଡାଠାରେ ଅଜଣା ଗାଡି  ଧକ୍କାରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ସ୍ବାମୀ ଏବଂ ସ୍ତ୍ରୀ ବୋଲି ସୂଚନା ମିଳିଛି। ମୃତକମାନେ ହେଲେ ପ୍ରଶାନ୍ତ ଲୁହା(୩୨) ଓ ନମିତା ଲୁହା(୨୭)। ଉଭୟ ରିଆମାଳ ଥାନା ଅନ୍ତର୍ଗତ ବାଈଶପାଲି ଗ୍ରାମର ବାସିନ୍ଦା ।ରିଆମାଳରୁ ସେମାନେ ନିଜ ଗାଁକୁ ଫେରୁଥିବାବେଳେ ସଂଧ୍ୟାରେ ଏହି ଦୁର୍ଘଟଣା ହୋଇଛି ।ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି ।  ରିଆମାଳ ପୋଲି ଘଟଣାସ୍ଥଲରେ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.