ଶୋଇଥିବା ବେଳେ ଓଲଟି ପଡିଲା ଡମ୍ପର, ଚାଲିଗଲା ସ୍ବାମୀ-ସ୍ତ୍ରୀଙ୍କ ଜୀବନ

Published By : Prameya-News7 Bureau | June 05, 2024 IST

ଜଳେଶ୍ବର ୫।୬: ଡ୍ରାଇଭରଙ୍କ ବେପରୁଆ ଗାଡିଚାଳନା ଯୋଗୁ ବିଳମ୍ବିତ ରାତିରେ ରାସ୍ତା କଡରେ ଥିବା ଘର ଉପରେ ଓଲଟିଲା ମେଟାଲ ବୋଝେଇ ଡମ୍ପର । ମେଟାଲ ତଳେ ଚାପି ହୋଇ ସ୍ୱାମୀ- ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ଅଳ୍ପକେ ରକ୍ଷା ପାଇଲେ ବୋହୂ ଓ ୭ ବର୍ଷର ନାତି । ଗ୍ରାମବାସୀ ରାସ୍ତା ଉପରେ ଶବ ରଖି କ୍ଷତିପୂରଣ ଦାବି କରିଛନ୍ତି । ଏଭଳି ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅମ୍ବାଳିଅଠା ଠାରେ ଘଟିଛି । 

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଏକ ୧୦ଚକିଆ ଡମ୍ପର ମେଟାଲ ବୋଝେଇ କରି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା । ଡ୍ରାଇଭଙ୍କ ବେପରୁଆ ଗାଡିଚାଳନା ଯୋଗୁଁ ଆମ୍ବଳିଅଠା ସୋଲପଟା ରାସ୍ତାର ଅମ୍ବାଳିଅଠା ଠାରେ ରାସ୍ତାକଡ଼ରେ ଥିବା ଏକ ଝାଟିମାଟି ଘର ଉପରେ ଓଲଟି ପଡିଥିଲା । ଘର ଭିତରେ ଶୋଇଥିବା ବେଳେ ସ୍ୱାମୀ ସୁଧୀର କୁମାର ଜେନା ଓ ସ୍ତ୍ରୀ ସବିତା ଜେନାଙ୍କ ଉପରେ ମେଟାଲ ଢାଳି ହୋଇ ଯାଇଥିଲା । ପୁଅ-ବୋହୂ ଓ ୭ ବର୍ଷର ନାତି ଅଳ୍ପକେ ରକ୍ଷାପାଇଯାଇଥିଲେ । ଗ୍ରାମବାସୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ମେଟାଲ ତଳୁ ଉଦ୍ଧାର କରିଥିଲା । ମାତ୍ର ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା । କ୍ଷତିପୂରଣ ଦାବି କରି ଗ୍ରାମବାସୀ ତରଫରୁ ରାସ୍ତା ଉପରେ ଶବ ରଖି ରାସ୍ତା ଅବରୋଧ କରିଥିବା ବେଳେ ଜଳେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଦେଖିବାକୁ ମିଳିଛି ।

You Can Read :

ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.