କାହିଁକି ଆତ୍ମହତ୍ୟା କଲେ ଦମ୍ପତି ; ପୋଲିସ ତଦନ୍ତ ଜାରି

Published By : Prameya-News7 Bureau | June 25, 2018 IST

ଗତକାଲି ସଂନ୍ଧ୍ୟାରେ ଖୋର୍ଦ୍ଧ। ଟାଉନଥାନା ଅନ୍ତର୍ଗତ ଠେଙ୍ଗାହାଟରେ ଦମ୍ପତିଙ୍କ ଆତ୍ମହତ୍ୟା ଘଟଣା ପୋଲିସ ପାଇଁ ଛାଡିଯାଇଛି ବହୁ ଅସାମୟିକ ପ୍ରଶ୍ନ। ମୃତକ ସୌମ୍ୟଙ୍କ ପଟନାୟକଙ୍କ ବଡଭାଇ ବିଶ୍ୱଜିତଙ୍କ ଅଭିଯୋଗକ୍ରମେ ଖୋର୍ଦ୍ଦ। ଥାନାରେ ଏକ ହତ୍ୟାମାମଲ ରୁଜୁ ହୋଇଛି। ଆଜି ସକାଳେ ସାଇଣ୍ଟିଫିକ୍ ଟିମ୍ ଘଟନା ସ୍ଥଳରୁ ତଦ’ ଆରମ୍ଭ କରିଛି। ମୃତକ ସୌମ୍ୟଙ୍କ ଏବଂ ପତ୍ନୀ ସୁଚିସ୍ମିତାଙ୍କ ଶବ ଜବତ କରି ଖୋର୍ଦ୍ଧ। ଟାଉନ ପୋଲିସ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇଛି। ମାତ୍ର ଦମ୍ପତିଙ୍କ ଆତ୍ମହତ୍ୟା ପଛର କାରଣ ଆର୍ଥିକ ଅନାଟନ ନା ଥିରୁବାଲା କେମିକାଲ୍ ପ୍ରାଇଭେଟ୍ କମ୍ପାନୀ କତ୍ତୃପକ୍ଷଙ୍କ ନିର୍ଯୟାତନା ତାର ଖୋଳତାଡ୍ ପୋଲିସ ଆରମ୍ଭ କରିଛି। କମ୍ପାନୀ କତୃପକ୍ଷଙ୍କୁ ତଦନ୍ତ ପରିଷର ଭୁକ୍ତ କରାଯିବାନେଇ ପୋଲିସ ସୁଚନା ଦେଇଛି। କଟକ ଜିଲ୍ଲା ବାଙ୍କିଥାନା ଅନ୍ତର୍ଗତ ପଥୁରିପଡା ଗ୍ରାମର ସୌମ୍ୟଙ୍କ ପଟନାୟକ ୨୦୦୫ ମସିହାରେ ଖୋର୍ଦ୍ଧ। ଶିଳ୍ପାଂଚଳରେ ଥିବା ଥିରୁବାଲା କେମିକାଲ କମ୍ପାନୀରେ ହିସାବ ନିରୀକ୍ଷକ ରୂପେ କାର୍ଯୟ କରୁଥିଲେ। କିନ୍ତୁ କମ୍ପାନୀ କତୃପକ୍ଷ ତାଙ୍କୁ ହଇରାଣ କରିବା ସହ ଚାକିରୀ ରୁ ବହିସ୍କୃତ କରିଥିଲେ। ଏନେଇ ସୌମ୍ୟଙ୍କ ଭୂବନେଶ୍ବର ଶ୍ରମ ଅଦାଲତର ଦ୍ବାରସ୍ଥ ହୋଇଥିଲେ। ୨୦୧୬ ଏପ୍ରିଲ ମାସରେ ଆଇଡି କେସ୍ କୋର୍ଟ ତାଙ୍କ ସପକ୍ଷରେ ରାୟ ସୁଣାଇଥିଲେ। କମ୍ପାନୀ କତୃପକ୍ଷ ପନଃ ନିଯୁକ୍ତି ଦେବା ସହିତ ୨ ଲକ୍ଷ ୫୦ ହଜାର ଟଙ୍କା ବକେୟା ପ୍ରାପ୍ୟ ଦେବାକୁ କୋର୍ଟ ଆଦେଶ ଦେଇଥିଲେ। ତେଣୁ ବାଧ୍ୟ ହୋଇ କମ୍ପାନୀ କତୃପକ୍ଷ ତାଙ୍କୁ ପୁନଃ ନିଯୁକ୍ତି ଦେବା ସହ ତାଙ୍କ ବକେୟା ଅର୍ଥ ପଇଠ କରିଥିଲେ । ମାତ୍ର ସୌମ୍ୟଙ୍କ କାର୍ଯ୍ୟ କଳାପରେ ଅସନ୍ତୁଷ୍ଟ ହୋଇ କମ୍ପାନୀ କତୃପକ୍ଷ ଅନ୍ୟ କର୍ମ ଚାରୀଙ୍କ ପରି ତାଙ୍କର ବର୍ଦ୍ଧିତ ଦରମା ପ୍ରଦାନ କରିନଥିଲେ। ପରବର୍ତ୍ତୀ ସମୟରେ ଶ୍ରମ ବିଭାଗ ପକ୍ଷରେ ଅଭିଯୋଗ କରିବା ପରେ ଏପ୍ରିଲ ୨୦୧୭ ଠାରୁ ସେ ବର୍ଦ୍ଧିତ ଦରମା ପାଇଥିଲେ। ମାତ୍ର ବାରମ୍ବାର ତାଙ୍କୁ ବିଭିନ୍ନ ସମୟରେ କମ୍ପାନୀ ପକ୍ଷରୁ ହଇରାଣ ହରକତ କରାଯାଉଥିବା ଅଭିଯୋଗ ଶ୍ରମ ବିଭାଗ ପାଇବା ପାରେ ଏଥିରେ ବିଭାଗ ହସ୍ତକ୍ଷେପ କରିବାରୁ ଚାକିରୀ ବାବଦ ତାଙ୍କୁ କମ୍ପାନୀ ଠିକ୍ ଠାକ୍ ଦରମା ପ୍ରଦାନ କରୁଥିଲା। କିନ୍ତୁ ଚଳିତ ବର୍ଷ ମାର୍ଚ୍ଚ ୨୩ ତାରିଖ ଠାରୁ କମ୍ପାନୀ ତାଙ୍କ ଦରମା କୁ ସମ୍ପୁର୍ଣ୍ଣ ବନ୍ଦ କରିବାରୁ ସୌମ୍ୟଙ୍କ ଆର୍ଥକ ଅନାଟନ ସହିତ ମାନସିକ ଚାପରେ ଦିନ କାଟୁଥିଲେ। ଗତ 18 ତାରିଖରେ ମୃତକ ସୌମ୍ୟକା’ ସହକାରୀ ଶ୍ରମ ଅଧିକାରୀ ଖୋର୍ଦ୍ଧ। ଙ୍କୁ ଦରମା ପାଇନଥିବା ନେଇ ଅଭିଯୋଗ କରିଥିଲେ । ନଚେତ୍ ସପରିବାର ଆତ୍ମହତ୍ୟା କରିବା ନେଇ ଚେତଉ।ବନୀ ଦେଇଥିଲେ। ସୌମ୍ୟ ଏବଂ ତାଙ୍କ ସ୍ତ୍ରୀଙ୍କ ମୃତୁୟ ପାଇଁ ଥିରୁବାଲା କମ୍ପାନୀ ଦାୟୀ ବୋଲି ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ଦୋଷିକୁ ଉପଯୁକ୍ତ ଦଣ୍ଡ ଦେବାକୁ ମୃତକଙ୍କ ସମ୍ପର୍କୀୟ ଙ୍କ ପକ୍ଷରୁ ଦାବି ହୋଇଛି। ଅନ୍ୟ ପକ୍ଷରେ କମ୍ପାନୀ ତରଫରୁ ପାଲଟା ଅଭିଯୋଗ ଶିଳ୍ପାଂଚଳ ଫାଣ୍ଡିରେ ହୋଇଥିଲା । ଏଥିରେ ସୌମ୍ୟ କମ୍ପାନୀ କତୃପକ୍ଷଙ୍କୁ ଆତ୍ମହତ୍ୟାର ଧମକ ଦେଇଥିବା ଦର୍ଶ।ଯାଇଛି। କିନ୍ତୁ ଉଭୟ ଶ୍ରମ ବିଭାଗ ଏବଂ ପୋଲିସ ଘଟଣାକୁ ଗୁରୁତ୍ବ ଦେଇନଥିଲା। ମାତ୍ର ଗତକାଲି ଶିଳ୍ପାଂଚଳ ଫାଣ୍ଡି ପୋଲିସ ଏକ ପାଖିଆଭାବେ ମୃତକ ସୌମ୍ୟ ଙ୍କୁ ଡାକି ପଚରାଉଚରା କରିଥିଲା। ଏନେଇ ମୃତକଙ୍କ ସମ୍ପର୍କୀୟ ପୋଲିସ ସୌମ୍ୟ ଙ୍କୁ ମାନସିକ ଚାପ ଦେଇଥିବା ଅଭିଯୋଗ ହୋଇଛି। ଏହା ପରେ ସୌମ୍ୟ ଫାଣ୍ଡିରୁ ଘରକୁ ଫେରି ଫେରି ଏଭଳି କାଣ୍ଡ ଭିଆଇଥିବା ତାଙ୍କ ସମ୍ପର୍କୀୟମାନେ ସନ୍ଦେହ କରିଛ’ି।ତେଣୁ ଏହି ଘଟଣାରେ ସୌମ୍ୟ ଆତ୍ମହତ୍ୟା କରିବାପରେ ଏହାକୁ ଅସହ୍ୟ କରି ତାଙ୍କ ପତ୍ନୀ ସୂଚିସ୍ମିତା ୯ ବର୍ଷର ଝିଅକୁ ଆତ୍ମହତ୍ୟା କରିବାକୁ ସମସ୍ତ ପ୍ରକାର ଯୋଜନା ପ୍ରସ୍ତୁତ କରି ଆତ୍ସହତ୍ୟା କରିଥିବା ପୋଲିସ ସନ୍ଦେହ କରିଛି।ଏନେଇ ଖୋର୍ଦ୍ଧ। ଟାଉନ ପୋଲିସ ତଦ’ ଆରମ୍ଭ କରିଛି। ଅପର ପକ୍ଷରେ ଏହି ଘଟଣା ପରେ ଆଜି ଥିରୁବାଲା କମ୍ପାନୀ ର ସୁରକ୍ଷା କର୍ମୀଙ୍କୁ ଛାଡିଦଲେ ଅନ୍ୟ କୌଣସି କର୍ମଚାରୀଙ୍କ ଦେକା ନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.