ମୁଁ ଏକଲା ମରିବାକୁ ଚାହୁଁଥିଲି,ସ୍ତ୍ରୀ କହିଲା "ମୁଁ ଆଉ କାହାପାଇଁ ବଞ୍ଚିବି?" ତେଣୁ ଦୁଇଜଣ ଏକ ସାଙ୍ଗରେ କଲେ ଆତ୍ମହତ୍ୟା

Published By : Prameya-News7 Bureau | September 08, 2018 IST

ଭୋପାଲ : ସେମାନଙ୍କ ବାହାଘର ଗାତ ଏପ୍ରିଲ ୨୯ ତାରିଖରେ ହୋଇଥିଲା | ବିବାହିତା ଜୀବନରେ ଦୁହେଁ ବେଶ ଖୁସି ଥିଲେ | ହେଲେ ନିଜ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ପତି ତେଜରାମ ଆତ୍ମହତ୍ୟା କରିବାକୁ ବାହାରିଲେ | ପତ୍ନୀ ଓମବତୀ କହିଲେ" ତୁମେ ଯଦି ମରିଯିବ ତାହେଲେ ମୁଁ କାହାପାଇଁ ବଞ୍ଚିବି ? ଶେଷରେ ଦୁହେଁ ନିଷ୍ପତ୍ତି ନେଲେ ଏକାଠି ଆତ୍ମହତ୍ୟା କରିବେ | ଆତ୍ମହତ୍ୟା କରିବା ପୂର୍ବରୁ ଉଭୟେ ପତି ପତ୍ନୀ ବିବାହ ଦିନ ଯେମିତି ସାଜସଜ୍ଜା ହୁଅନ୍ତି, ସେମିତି ନିଜକୁ ସଜାଇଥିଲେ | ବିବାହ ଦିନର ପୋଷାକ ମଧ୍ୟ ପିନ୍ଧିଥିଲେ | ତାପରେ ଗୋଟିଏ ଶାଢ଼ୀ ବେକରେ ବାନ୍ଧି ଝୁଲି ପଡ଼ିଥିଲେ | ପତ୍ନୀ ଓମବତୀ ଚୁଡ଼ିରେ ଲଗାଯାଇଥିଲା ସୁଇସାଈଡ଼ ନୋଟ | ଏଥିରେ ସେମାନଙ୍କ ମୁଣ୍ଡ ପାଇଁ କେହି ଦାୟୀ ନୁହନ୍ତି ବୋଲି ଲେଖାଯାଇଥିଲା | ତେଜରାମ ସ୍ପଷ୍ଟ ଲେଖିଥିଲେ ଯେ, ନିଜ ସ୍ୱାସ୍ଥ୍ୟଗତ କାରଣରୁ ସେ ଏକଲା ଆତ୍ମହତ୍ୟା କରିବାକୁ ଚାହୁଁଥିଲେ | କିନ୍ତୁ ତାଙ୍କ ନବ ବିବାହିତା ସ୍ତ୍ରୀ କହିଲେ "ତୁମେ ମରିଗଲେ ମୁଁ କାହାପାଇଁ ବଞ୍ଚିବି ?" ସେଥିପାଇଁ ଦୁହେଁ ଆତ୍ମହତ୍ୟା କରୁଚୁ | ଏହି ଘଟଣା ପାଇଁ କାହାକୁ ହଇରାଣ ନକରିବା ପାଇଁ ତେଜରାମ ସୁଇସାଈଡ଼ ନୋଟରେ ଲେଖିଛନ୍ତି | ମା' ବାପାଙ୍କ ଦାୟିତ୍ୱ ନେବା ପାଇଁ ସାନ ଭାଇକୁ କହିଛନ୍ତି | ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି | ତେଜରାମଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ, ବାହାଘର ପରେ ତେଜରାମ ଖୁସିଥିଲେ | ଦୀର୍ଘ ଦିନରୁ ତାଙ୍କୁ ଯାଦୁ ଓ କୁଣ୍ଡିଆ ରୋଗ ହୋଇଥିଲା | ବହୁ ଚିକିତ୍ସା ପରେ ମଧ୍ୟ ତାହା ଭଲ ହୋଇନଥିଲା | ଏବେବି ଚିକିତ୍ସା ଚାଲିଥିଲା | କିନ୍ତୁ ଏଇ ସାମାନ୍ୟ ରୋଗ ପାଇଁ ଆତ୍ମହତ୍ୟା କରିବା ଆଶ୍ଚର୍ଯ୍ୟଜନକ | ମୃତ ତେଜରାମଙ୍କ ବୟସ ମାତ୍ର ୨୨ ବର୍ଷ ହୋଇଥିବା ବେଳେ ଓମବତୀଙ୍କ ବୟସ ୨୦ ବର୍ଷ ଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.