AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର୨: CFSLର ସହାୟତାରେ ASI ଗୋପାଳ ଦାସଙ୍କ ହେବ ଭଏସ ଟେଷ୍ଟ
  • ||
  • ଖଲ୍ଲିକୋଟ: ବସ୍‌ କର୍ମଚାରୀ ଭୁଲିଗଲେ ମାନବିକତା, ଅଧାରାସ୍ତାରେ ଛାଡି ଚାଲିଗଲେ ମୃତଦେହ
  • ||
  • ଦାରିଙ୍ଗବାଡି: ବାଇକ୍‌-କାର୍‌ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଆହତ
  • ||
  • ପାଟଣା: ପୋଖରୀ ଭିତରକୁ ପଶିଲା ତେଲ ଟ୍ୟାଙ୍କର, ଭାରସାମ୍ୟ ହରାଇ ଓଲଟିପଡିଲା
  • ||

ଯାଜପୁରରେ ପୁଅର ମୃତ୍ୟୁ ପରେ ବିଷପିଇ ଆତ୍ମହତ୍ୟା କଲେ ବାପା ଓ ମାଆ

27/09/2018 at 9:18 AM

ଯାଜପୁର ୨୭|୯: ଯାଜପୁର ଜିଲା ବିଂଝାରପୁରରେ ଅଭାବନୀୟ ଘଟଣା ଘଟିଛି । ୮ ବର୍ଷର ପୁଅର ମୃତ୍ୟୁ ପରେ ବାପା ମାଆ ବିଷପିଇ ଆତ୍ମହତ୍ୟା କରିଛନ୍ତି। ବିଝାଂରପୁର ଥାନା ଅନ୍ତର୍ଗତ ଉଡ୍ରଙ୍ଗ ପଞ୍ଚାୟତର ଟୁରି ସାହିର ପ୍ରଦୀପ ଓ ପ୍ରଭାତୀ ଜେନାଙ୍କ ଏକମାତ୍ର ପୁଅ ଓମ୍ କିଛିଦିନ ହେଲା ଥାଲାସେମିଆ ରୋଗରେ ପୀଡିତ ଥିଲେ । ପ୍ରତି ଏକ ମାସରେ ଥରେ ଓମ୍ ଙ୍କୁ ରକ୍ତ ଦିଆଯାଉଥିଲା। ସୋମବାର ଅବସ୍ଥା ଗୁରୁତର ହେବାରୁ ବାପା ମା’ କଟକ ବଡ ମେଡିକାଲ ଆଇସିୟୁରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ବାପା ମାଆ ମୃତଦେହକୁ ଧରି ଗାଁକୁ ଫେରିଥିଲେ। ପୁଅର ସତ୍କାର ପରେ ମାନସିକ ଭାରସାମ୍ୟ ହରାଇ ଗତକାଲି ଉଭୟ ପ୍ରଦୀପ ଏବଂ ପ୍ରଭାତୀ ବିଷ ପିଇ ଦେଇଥିଲେ । ସେମାନେ ବହୁ ସମୟ ଯାଏଁ ଘର କବାଟ ନ ଖୋଲିବାରୁ ପରିବାର ଲୋକେ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ ମେଡିକାଲ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

   Related Posts