ଠକ ଦମ୍ପତ୍ତିଙ୍କ କଳା କାରନାମା, ଔଷଧ କମ୍ପାନି କରିବାକୁ କହି ଧରମ ଭାଇଠୁ ଠକିନେଲେ ୪୦ ଲକ୍ଷ

Published By : Prameya-News7 Bureau | June 24, 2024 IST

ମାର୍ଶାଘାଇ: ଠକାମୀର ଶିକାର ହେଲେ ଯୁବକ । ଧରମ ଭାଇ କହି ଲୁଟିନେଲେ ୪୦ ଲକ୍ଷ। ପାଟକୁରା ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା। ଲୁଟ କରିଛନ୍ତି ଉତ୍ତରାଖଣ୍ଡ ହରିଦ୍ବାରର ଏକ ଦମ୍ପତ୍ତି। ଠକାମିର  ଶିକାର ହୋଇଛନ୍ତି ପାଟକୁରା ଥାନା ବଛରାଇ ଗାଁର ଔଷଧ ବ୍ୟବସାୟୀ ସନ୍ତୋଷ କୁମାର ପରିଡ଼ା। ତେବେ ପୋଲିସ ଉକ୍ତ ଦମ୍ପତ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ସୂଚନା ଅନୁଯାୟୀ, ସନ୍ତୋଷ ୨୦୧୪ ମସିହାଠାରୁ ଔଷଧ ବ୍ୟବସାୟ କରୁଥିଲେ। ସେ ରାଜ୍ୟ ବାହାରୁ ବିଭିନ୍ନ କମ୍ପାନିଙ୍କଠାରୁ ଔଷଧ ଆଣି ନିଜ ଜିଲ୍ଲା ଓ ପାଖ ଆଖ ଜିଲ୍ଲାରେ ବ୍ୟବସାୟ କରନ୍ତି। ତେବେ ୨୦୧୮ରେ ଉତ୍ତରାଖଣ୍ଡ ଯାଇଥିବାବେଳେ ସେଠାରେ ନିଜ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଚଉଦକୁଲାଟ ଥାନା ଅଞ୍ଚଳର ତମାଳ ଶାସନ ଗାଁର ବନମାଳୀ ମିଶ୍ରଙ୍କ ପୁଅ ବିଭୁ କଲ୍ୟାଣ ମିଶ୍ର ସହିତ ପରିଚୟ ହୋଇଥିଲା। ବିଭୁ, ସନ୍ତୋଷଙ୍କୁ ନିଜ ଘରକୁ ନେବା ସହ ବିଭୁଙ୍କ  ପତ୍ନୀ ବିଣା ସନ୍ତୋଷକୁ ଧରମ ଭାଇ କରିଥିଲେ। ପରେ ଏକ ମେଡିସିନ କମ୍ପାନୀ ଖୋଲିବା ପାଇଁ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆଉ ଉଭୟ ଦମ୍ପତ୍ତି ସନ୍ତୋଷଙ୍କ ଠାରୁ ଜମି  କିଣିବା, ଫ୍ୟାକ୍ଟ୍ରି ତିଆରି କରିବା ବାହାନାରେ ବିଭିନ୍ନ ସମୟରେ ଟଙ୍କା ନେଇ ଚାଲିଥିଲେ। ପରେ କମ୍ପାନୀ ଖୋଲିବା ପାଇଁ ବିଳମ୍ବ ହେବାରୁ ସନ୍ତୋଷ ବାରମ୍ବାର ବିଭୁଙ୍କୁ ଫୋନ କରିଥିଲେ। ହେଲା ବିଭୁ ଟଙ୍କା ଫାଙ୍କିବା ସହ ସନ୍ତୋଷଙ୍କୁ ଧମକ ଦେଇଥିଲେ। 

ଶେଷରେ ସନ୍ତୋଷ ୨୦୨୩ ଅକ୍ଟୋବରରେ ପାଟକୁରା ଥାନାରେ ଅଭିଯୋଗ କରିଥିଲେ । ପରେ ମାମଲାରେ ହାଇକୋର୍ଟ, ନିର୍ଦ୍ଦେଶରେ କେନ୍ଦ୍ରାପଡ଼ା ଏସପି ସିଦ୍ଧାର୍ଥ କଟାରିଆ ମାମଲାର ଶୀଘ୍ର ତଦନ୍ତ ସାରିବାକୁ ନର୍ଦ୍ଦେଶ ଦେଇଥିଲେ। ଆଉ ତଦନ୍ତ କ୍ରମେ ପାଟକୁରା ପୋଲିସ ଅଭିଯୁକ୍ତ ଧରମ ଭଉଣୀ ଓ ଭିଣୋଇ ବିଭୁ କଲ୍ୟାଣ ମିଶ୍ର ପଟାମୁଣ୍ଡାଇରୁ ଗିରଫ କରି କୋର୍ଟ ଚାଲାଣ କରିଛି ପାଟକୁରା ପୋଲିସ । ତେବେ ସମସ୍ତ ଟଙ୍କା ଫେରି ପାଇବା ଓ ଦୋଷୀକୁ ଦଣ୍ଡିତ କରିବା ପାଇଁ ସନ୍ତୋଷ ଦାବି କରିଥିବାବେଳେ। ଉଭୟ ଅଭିଯୁକ୍ତ ଦମ୍ପତ୍ତି ଘଟଣାରେ ତାଙ୍କୁ ଫସାଯାଇଥିବା ଗଣମାଧ୍ୟମରେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.