ପୂରା ପରିବାର ପାଇଁ ପ୍ଲେନ୍ ବୁକ୍ କଲେ ଦମ୍ପତ୍ତି, ଫ୍ୟାମିଲି ମେମ୍ବରଙ୍କ ସହ କଲେ ଯାତ୍ରା ବାହାଘର ପାଇଁ ବିମାନ ବୁକ୍…

Published By : Prameya-News7 Bureau | December 04, 2022 IST

ନୂଆଦିଲ୍ଲୀ, ୪/୧୨: ଭାରତୀୟ ବିବାହ ଯେତିକି ଚାକଚକ୍ୟ, ସେତିକି ଖର୍ଚ୍ଚାନ୍ତ ମଧ୍ୟ। ସାଜସଜ୍ଜା ଠାରୁ ଆରମ୍ଭ କରି ଅତିଥି ଚର୍ଚ୍ଚା ସବୁକିଛି ଯୋଜନା ମୁତାବକ ତଥା ଯତ୍ନର ଆୟୋଜିତ କରିବାକୁ ପଡ଼ିଥାଏ। ଯେମିତି ଅତିଥିଙ୍କୁ କୌଣସି ପ୍ରକାର ଅସୁବିଧା ନହୁଏ। ବର୍ତ୍ତମାନ ସମୟରେ ଡେଷ୍ଟିନେସନ ଓ୍ବେଡିଙ୍ଗକୁ ମଧ୍ୟ ଲୋକେ ଖୁବ୍ ପସନ୍ଦ କରୁଛନ୍ତି। ଯେଉଁଥରେ ବିବାହ ପାଇଁ ବର କନ୍ୟାଙ୍କ ସହ ପରିଜନମାନେ ବିଦେଶ କିମ୍ବା କୌଣସି ଅନ୍ୟସ୍ଥାନକୁ ଯାଇଥାନ୍ତି ଏବଂ ସେଠାରେ ବିବାହ ସଂପୂର୍ଣ୍ଣ ହୋଇଥାଏ।

କିନ୍ତୁ ଏବେ ବିବାହକୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯାହା ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗିପାରେ। କାରଣ ଏଠାରେ ଜଣେ ଦମ୍ପତ୍ତି ନିଜ ବିବାହ ପାଇଁ ଡେଷ୍ଟିନେସନ ଓ୍ବେଡିଂ ପ୍ଳାନ୍ କରିଥିଲେ। କିନ୍ତୁ ତାହା ପରେ ସେ ଯାହା କରିଥିଲେ ତାହା ହୁଏତ ଆପଣ କେବେବି ଚିନ୍ତା କରିପାରିବେନି। ପ୍ରକୃତରେ ଦମ୍ପତ୍ତି ନିଜ ପରିବାର ଏବଂ ବନ୍ଧୁ ପରିଜନଙ୍କ ପାଇଁ ଡେଷ୍ଟିନେସନ ଓ୍ବେଡିଂକୁ ଯିବାପାଇଁ ପୂରା ଗୋଟିଏ ପ୍ଳେନ ହିଁ ବୁକ୍ କରିଥିଲେ।

ଇନଷ୍ଟାଗ୍ରାମର ଏହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ୟୁଜର ଜଣକ କହିଛନ୍ତି ଯେ ସେ ତାଙ୍କ ଭଉଣୀଙ୍କ ବିବାହ ପାଇଁ ସଂପୂର୍ଣ୍ଣ ବିମାନ ବୁକ୍ କରିଛନ୍ତି। ଏହାପରେ ସେ ତାଙ୍କର ପୂରା ପରିବାର ପରିଜନ ବନ୍ଧୁ ଏବଂ ଶେଷରେ ବର କନ୍ୟାଙ୍କ ମଧ୍ୟ ଦେଖାଉଛନ୍ତି। ୟୁଜରଙ୍କ ଅନୁଯାୟୀ ବିବାହ ରାଜସ୍ଥାନର ଜୟସାଲମେରରେ ହେବାକୁ ଯାଉଛି।

ସେପଟେ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ଅନେକ ଏହାକୁ ଏହାକୁ ନେଇ ଆଶ୍ଚର୍ଯ୍ୟ ହେବା ସହ। ଜଣେ ୟୁଜର କହିଛନ୍ତି ଯେ ମତେ ଏତିକି ଟଙ୍କା ଦରକାର।  ସେହିପରି ଜଣେ ୟୁଜର କହିଛନ୍ତି ଆପଣ କେତେ ଧନୀ କୁହନ୍ତୁ।

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.