କାଜୁ ବଗିଚାରୁ ପ୍ରେମିଯୁଗଳଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା କରିଥିବା ସନ୍ଦେହ
6/01/2023 at 6:54 PM

ବରଗଡ଼ : ବରଗଡ଼ ଭଟଲି ଥାନା ଅନ୍ତର୍ଗତ ଚଡ଼େଇଗାଁ କାଜୁ ବଗିଚାରୁ ପ୍ରେମିଯୁଗଳଙ୍କ ମୃତ ଶରୀର ଉଦ୍ଧାର ହୋଇଛି। ତେବେ ଦୁହେଁ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ ଦେହକୁ ଦେଖିବା ପରେ ସ୍ଥାନୀୟ ବାସିନ୍ଦା ଭଟଲି ପୋଲିସକୁ ସୂଚନା ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆରମ୍ଭ କରିଛି ତଦନ୍ତ ।
ସେଠାରେ ଥିବା ଗାଡି ନମ୍ବରକୁ ଯାଞ୍ଚ କରି ଦୁହିଁଙ୍କ ପରିଚୟ ଜାଣିବାକୁ ପୋଲିସ ଉଦ୍ୟମ କରୁଛି। ଯୁବକ ଜଣକ ବରଗଡ଼ର ଏକ ଗ୍ୟାରେଜ ରେ କାମ କରୁଥିବା ବେଳେ ଯୁବତୀ ଜଣକ ପଥର୍ଲା ଗାଁର ବୋଲି ଜଣା ପଡ଼ିଛି । ତେବେ ସାଇଣ୍ଟିଫିକ ଟିମ ପହଁଚିଲା ପରେ ସ୍ପଷ୍ଟ ପରିଚୟ ଜଣା ପଡିବ ବୋଲି ପୋଲିସ ସୂଚନା ଦେଇଛି । ଅନ୍ୟ ପକ୍ଷରେ ଘଟଣାସ୍ଥଳରେ ବିଷ ବୋତଲ ପଡିଥିବାରୁ ଦୁହେଁ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023