ପାରିବାରିକ ଅଶାନ୍ତିରୁ ବିଷ ପିଇଲେ ଦମ୍ପତ୍ତି : ଚାଲିଗଲା ସ୍ତ୍ରୀଙ୍କ ଜୀବନ
2/11/2020 at 1:24 PM

ଯାଜପୁର ୨।୧୧: ପାରିବାରିକ ଅଶାନ୍ତିରୁ ବିଷ ପିଇଲେ ସ୍ବାମୀ ଓ ସ୍ତ୍ରୀ । ଘଟଣାସ୍ଥଳରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ବିରିପଟା ଗାଁରେ ପାରିବାରିକ ଅଶାନ୍ତିରୁ ବିଷ ପିଇଦେଲେ ସ୍ବାମୀ-ସ୍ତ୍ରୀ । ଘଟଣାସ୍ଥଳରେ ସ୍ତ୍ରୀ ସନ୍ଧ୍ୟାରାଣୀ ମିଶ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଶ୍ରୀକାନ୍ତ ମିଶ୍ର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ୬ ମାସ ହେବ କିଛି କାମ ଧନ୍ଦା ନଥିବାରୁ ସ୍ତ୍ରୀ ଓ ତିନି ପିଲାଙ୍କୁ ଠିକ୍ ଭାବେ ଖାଇବାକୁ ଓ ପିନ୍ଧିବାକୁ ଦେଇପାରୁ ନଥିଲେ ଶ୍ରୀକାନ୍ତ । ଫଳରେ ପରିବାରରେ ଅଶାନ୍ତି ଲାଗି ରହିଥିଲା । ଏହାକୁ ନେଇ ସ୍ବାମୀ ଶ୍ରୀକାନ୍ତ ଘରେ ଥିବା ବିଷ ପିଇଦେଇଥିଲେ । ଏହା ଦେଖି ତାଙ୍କ ସ୍ତ୍ରୀ ତାଙ୍କ ହାତରୁ ବିଷ ଛଡାଉ ନେଇ ସେ ମଧ୍ୟ ପିଇଦେଇଥିଲେ । ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି ।