ଗଂଜାମ ଦିଗପହଣ୍ଡିରେ ଦମ୍ପତିଙ୍କୁ ଛୁରୀରେ ଆକ୍ରମଣ ; ସ୍ତ୍ରୀ ଗୁରୁତର

Published By : Prameya-News7 Bureau | September 29, 2018 IST

ଗଂଜାମ ୨୯/୯ : ଗଂଜାମ ଜିଲ୍ଲା ଦିଗପହଣ୍ଡିରେ ସ୍ୱାମୀ ସ୍ତ୍ରୀଙ୍କ ଉପରକୁ ଆକ୍ରମଣ କରିଛି ଯୁବକ | ଉଭୟ ସ୍ୱାମୀ ସ୍ତ୍ରୀ ବାଇକରେ ଯାଉଥିବା ବେଳେ ସୁନୀଲ ସାହୁ ନାମକ ଯୁବକ ତାଙ୍କୁ ଆକ୍ରମଣ କରିଥିଲା | ସ୍ତ୍ରୀ ସୁଇଟି ପାତ୍ରଙ୍କୁ ପଛ ପଟୁ ଧରି ବେକକୁ ଛୁରୀରେ ଆକ୍ରମଣ କରିଥିଲା ଯୁବକ | ଆକ୍ରମଣ ବେଳେ ସ୍ୱାମୀ ସିମାଞ୍ଚଳ ମଧ୍ୟ ବାଇକରୁ ତଳେ ପଡିଯାଇଥିଲେ | ବେଶ କିଛି ସମୟ ଧସ୍ତାଧସ୍ତି ହେବା ପରେ ହଠାତ ଯୁବକ ଜଣକ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲା | ୩ ଜଣଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି | ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି | ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକ ଜଣକ ଆକ୍ରମଣ କରିଥିବା କୁହାଯାଉଛି | ତେବେ ଘଟଣା ପଛରେ ଅନ୍ୟ କିଛି କାରଣ ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.