ନାବାଳିକାକୁ ମାଡ ମାରି ହାତ ଗୋଡ ଭାଙ୍ଗିଦେଲେ, ପରେ ଜଙ୍ଗଲରେ ଫିଙ୍ଗିଦେଲା ଘର ମାଲିକ

Published By : Prameya-News7 Bureau | December 07, 2022 IST

ଭୁବନେଶ୍ୱର, ୦୭/୧୨: ନାବାଳିକାକୁ ମାଡ ମାରି ହାତ ଗୋଡ ଭାଙ୍ଗିଦେଲେ । ସେତିକିରେ କଥା ସରିଲା ନାହିଁ । କ୍ଷତାକ୍ତ ଅବସ୍ଥାରେ ନାବାଳିକାକୁ ନେଇ ସାଲିଆ ସାହିର ଜଙ୍ଗଲ ଜାଗାରେ ଫିଙ୍ଗିଦେଲେ । ଆଖ ପାଖରେ ନାବାଳିକାର କାନ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଁଚି ନାବାଳିକାକୁ ଉଦ୍ଧାର କରିଥିଲେ । ଏନେଇ ପୋଲିସ ଓ ଚାଇଲ୍ଡ ଲାଇନ ଜରିଆରେ ନାବାଳିକାକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏପରି ଏକ ଘଟଣା ଘଟିଛି ମଙ୍ଗଳବାର ସଂନ୍ଧ୍ୟାରେ । ବୁଧବାର ନାବାଳିକାକୁ ମାଡ ମାରିଥିବା ଦମ୍ପତ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ନୟାପଲ୍ଲୀ ଥାନା ପୋଲିସ ।

କାଇ ମାଟିଆର ଦମ୍ପତ୍ତି ଏହି ନାବାଳିକାକୁ ଘରେ ରଖି କାମରେ ଲଗାଇଥିଲେ । ନାବାଳିକାଟି ଟିକିଏ ଭୁଲ କଲେ ତାକୁ ନିସ୍ତୁକ ମାଡ ଖାଇବାକୁ ପଡୁଥିଲା । ଏବେ କାଇମାଟିଆର ଏହି ଦମ୍ପତ୍ତିଙ୍କୁ ନାବାଳିକାକୁ ଦେଇଥିବା ବ୍ୟକ୍ତିକୁ ଖୋଜୁଛି କମିସନରେଟ ପୋଲିସ । ନାବାଳିକାକୁ ଘରେ ରଖି କାର୍ଯ୍ୟରେ ଲଗାଉଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଚାଇଲ୍ଡ ଲାଇନ ଏବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ହେଲେ କିଛି ଲୋକ ଏହି ଆଇନକୁ ଫୁ କରି ନାବାଳିକା ମାନଙ୍କୁ ଘର କାର୍ଯ୍ୟରେ ଲଗାଉଛନ୍ତି । ଏପରିକି ସେମାନଙ୍କୁ ମାଡ ମାରିବାକୁ ମଧ୍ୟ ପଛାଉ ନାହାଁନ୍ତି । ଏଭଳି ଲୋକଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଥିବା ସ୍ଥାନୀୟ ଲୋକେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.