ମାଲିକ କଥାରେ ମାଲିକାଣୀ ସହ ପ୍ରେମ, ଅନୈତିକ ସଂପର୍କ… ତାପରେ କାହାର ହେଲାନି ନିଖିଲ

Published By : Prameya-News7 Bureau | December 19, 2019 IST

ଅହମ୍ମଦାବାଦ ୧୯।୧୨: ଆତ୍ମହତ୍ୟାର ୫ ମାସ ପରେ ଖୋଲିଲା ଗୁମର । ଜଣେ ୧୯ ବର୍ଷୀୟ ଯୁବକଙ୍କ ଅପମୃତ୍ୟୁ ଘଟଣାରେ ସେହି ଯୁବକଙ୍କ ନିଯୁକ୍ତିଦାତା ଏବଂ ତାଙ୍କ ସ୍ତ୍ରୀଙ୍କୁ ଗିରଫ କରିଛି ପୋଲିସ । ଅହମ୍ମଦାବାଦର ଭାସନା ପୋଲିସ ଘଟଣାର ତଦନ୍ତ ପରେ ପାଇଥିବା ତଥ୍ୟ ବେଶ୍ ଚିନ୍ତାଜନକ ।

ମାଲିକ କଥା ମାନି ମାଲିକାଣୀଙ୍କ ସହ ପ୍ରେମ, ଆଉ ତାପରେ ଘଟିଥିବା ଘଟଣା ତଦନ୍ତକାରୀଙ୍କୁ ବି ତାଜୁବ କରିଛି । ବଡ଼ କଥାଟି ହେଲା ମୃତକଙ୍କ ମୋବାଇଲ ଫୋନ୍‌ରୁ ମିଳିଥିବା ପୁରୁଣା ମେସେଜ ହିଁ ଖୋଲିଛି ଯୁବକଙ୍କ ଆତ୍ମହତ୍ୟାର ରହସ୍ୟ।ଉଭୟ ମାଲିକ ଏବଂ ମାଲିକାଣୀଙ୍କ ଚାପରୁ  ବିଚରା କର୍ମଚାରୀ ଥିବା ଯୁବକ ଜୀବନ ହାରିଥିବା କହିଛି ପୋଲିସ ।

ମୃତ ଯୁବକ ଜଣକ ହେଉଛନ୍ତି, ୧୯ ବର୍ଷୀୟ ନିଖିଲ ପରମାର । ୨୦୧୮ ଅକ୍ଟୋବର ମାସରେ  ନିଖିଲ ଭାସନାର ଏକ ବ୍ୟବସାୟୀକ ସଂସ୍ଥାରେ ଚାକିରିରି ଯୋଗଦେଇଥିଲେ । ତାଙ୍କ ମାଲିକଙ୍କର ବିବାହ ସାଜସଜ୍ଜା ସାମଗ୍ରୀ କାରବାର ଥିଲା । ତେବେ ଚାକିରି କରିବାର ୧୦ ମାସ ପରେ ନିଖିଲ ତାଙ୍କ ବାପା ଅଶୋକ ପରମାରଙ୍କୁ କହିଥିଲେ କି, ସେ ସେହି ସଂସ୍ଥାରେ ଚାକିରି କରିବାକୁ ଚାହୁଁ ନାହାନ୍ତି । ମାଲିକ ଏବଂ ମାଲିକାଣୀ ଉଭୟ ତାଙ୍କୁ ନିର୍ଯାତନା ଦେଉଥିବା ବାପାଙ୍କୁ କହିଥିଲେ ନିଖିଲ ।

ତାପରେ ନିଖିଲ ଆଉ ତାର ଚାକିରି କ୍ଷେତ୍ରକୁ ଯାଇନଥିଲେ । କିନ୍ତୁ ଗତ ଜୁଲାଇ ୧୪ ତାରିଖରେ  ନିଖିଲଙ୍କ ମାଲିକ ତାଙ୍କୁ ବକେୟା ଦରମା ନେଇଯିବାକୁ କହି ଡାକିଥିଲେ । ନିଖିଲ ସେଠାକୁ ଯାଇଥିଲେ ଓ ସେଠାରୁ ୧୫ ତାରିଖ ଦିନ ବାପାଙ୍କୁ ଟେଲିଫୋନ କରି କହିଥିଲେ କି, ସେ ମାଲିକଙ୍କ ସହ ଟୁର୍ରେ ରାଜସ୍ଥାନ ଯାଉଛନ୍ତି । କିନ୍ତୁ ଜୁଲାଇ ୨୦ ତାରିଖରେ ନିଖିଲଙ୍କ ବାପାଙ୍କୁ ପୁଅର ମାଲିକ ଫୋନ୍ କରି କହିଥିଲେ ଯେ, ତାଙ୍କ ଗୋଦାମରେ ନିଖିଲ ଆତ୍ମହତ୍ୟା କରିଛି ।

ଅଶୋକ ପରମାର ଘଟଣା ସ୍ଥଳରେ ପହଞ୍ଚିଥିଲେ,  ସେଠାରେ ତାଙ୍କ ପୁ୍ଅର ମୃତ ଦେହ ତଳେ ଏକ ବିଛଣାରେ ଥିବା ଦେଖିଥିଲେ  । ପୋଲି୍ସ  ଏକ ଆତ୍ମହତ୍ୟା ମାମଲା ରୁଜ୍ଜୁ କରିଥିଲା । ତେବେ ୫ ମାସ ପରେ ଖୋଲିଛି ଗୁମର । ନିଖିଲର  ଫୋନ୍ ଯାଞ୍ଚ କରିବା ବେଳେ ତାଙ୍କ ଭାଇ ଭଉଣୀ ପାଇଥିବା କିଛି ମେସେଜ ପୋଲିସକୁ ତଦନ୍ତରେ ସାହାଯ୍ୟ କରିଛି । ସେଥିରେ ନିଖିଲ ତାର ମାଲିକ  ଏବଂ  ମାଲିକାଣୀଙ୍କୁ ଦେଇଥିବା କିଛି ମେସେଜ ରହିଛି । ସେଥିରୁ ଜଣା ପଡିଛି , ଉଭୟ ମାଲିକ ଓ ମାଲିକାଣୀ ନିଖିଲକୁ ଅନୈତୀକ କାର୍ଯ୍ୟ ପାଇଁ ବାଧ୍ୟ କରୁଥିଲେ ।

୪୫ ବର୍ଷୀୟ ମାଲିକଙ୍କ କଥା ମାନି ତାଙ୍କର ୨୫ ବର୍ଷୀୟା ପତ୍ନୀକୁ ପ୍ରେମ କରୁଥିଲା ନିଖିଲ । ଏପରି ଅନୈତିକ ସଂପର୍କ ମାଲିକଙ୍କ ନିର୍ଦ୍ଦେଶରେ  ହିଁ ରଖିଥିଲା ନିଖିଲ । କିନ୍ତୁ କିଛି ଦିନ ପରେ ସେହି ସଂପର୍କ ନରଖିବାକୁ ନିଖିଲକୁ ତାର ମାଲିକ କହିଥିଲେ  । ଆଉ ନିଖିଲ ତାହା ମାନିବାରୁ ତା ଉପରେ ବିରକ୍ତ ହୋଇଥିଲେ ମାଲିକାଣୀ । ସେ ନିଖିଲକୁ ଅପମାନିତ କରିବା ସହ ନିର୍ଯାତନା ଦେଉଥିଲେ । ଏପଟେ ତାଙ୍କ କଥା ରଖିବାକୁ ଚାପ ପକାଇ ମାଲିକ ଦରମା ବନ୍ଦ କରିଦେଲେ ।

ଚାପରେ ଥିଲେ ନିଖିଲ । ସେ ତାଙ୍କ ମାଲିକଙ୍କୁ ଦେଇଥିବା ଏକ ମେସେଜରୁ ଏହା ଜଣାପଡିଛି ।ନିଖିଲ ଲେଖିଥିଲେ, “ ଆପଣ ଙ୍କ ନିର୍ଦ୍ଦେଶ ମାନି ମୁଁ ଆପଣଙ୍କ ସ୍ତ୍ରୀଙ୍କୁ ପ୍ରେମ କଲି, ଆମେ ଆନୈତିକ ସଂପର୍କ ରଖିଲୁ । ଆପଣ ପୁଣି ଏବେ ସେହି ସଂପର୍କ ଭାଙ୍ଗିବାକୁ କହୁଛନ୍ତି । ମୋ ଦରମା ବନ୍ଦ କରିଛନ୍ତି । ଦୟାକରି ଆପଣମାନେ ମୋତେ କ୍ରୀତଦାସ ଭଳି ବ୍ୟବହାର କରନ୍ତୁନି ।“

  ଏହି ମେସେଜ ଆଧାରରେ ତଦନ୍ତ କରି ପୋଲିସ ମୃତ ନିଖିଲର ମାଲିକ  ଏବଂ ତାଙ୍କ ସ୍ତ୍ରୀଙ୍କୁ ଗିରଫ କରିଛି । ସେମାନଙ୍କ ବିରୋଧରେ ଆତ୍ମହତ୍ୟା ଲାଗି ପ୍ରରୋଚିତ କରିବା ବା ଚାପ ଦେବା ଏବଂ ଅନସୂଚ୍ଚିତ ଜାତି ଜନଜାତି ନିର୍ଯାତନା ନିରୋଧୀ ଆଇନର ଧାରା ମୁତାବକ ଦଫା ଲଗାଇଛି ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.