ଲୁଟ୍ ଘଟଣାରେ ପ୍ରେମୀଯୁଗଳ ଗିରଫ, ପ୍ରେମିକକୁ ଟଙ୍କା ଦେଇ ଲୁଟ୍‌ ହୋଇଛି ବୋଲି ମିଛ କହିଥିଲା ପ୍ରେମିକା

Published By : Prameya-News7 Bureau | July 20, 2019 IST

ଚାନ୍ଦବାଲି ୨୦|୭: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ମତୋ ମାଧପୁର ମୁଖ୍ୟ ରାସ୍ତାରେ ଗତ ୮ ତାରିଖରେ ଅନ୍ନପୂର୍ଣ୍ଣା ଫାଇନାନ୍ସ କମ୍ପାନୀର ମହିଳା କର୍ମଚାରୀଙ୍କ ଉପରକୁ ଲଙ୍କାଗୁଣ୍ଡ ପକାଇ ଲକ୍ଷେ ୬୬ହଜାର ଟଙ୍କା ଲୁଟ୍ ମାମଲାରେ ଚାନ୍ଦବାଲି ପୋଲିସ ଆଜି ଅଭିଯୁକ୍ତ ପ୍ରେମୀ ଯୁଗଳଙ୍କର ପର୍ଦ୍ଦାଫାଶ କରିଛି । ଅଭିଯୁକ୍ତକାରିଣୀ ନିଜେ ଲୁଟ୍ ଯୋଜନା କରି ନିଜେ ଫସିଛନ୍ତି । ପ୍ରେମ ପାଇଁ ଏହି ଲୁଟର ଯୋଜନା କରିଥିଲେ ଅଭିଯୋଗକାରିଣୀ ।

{"id":135602}

ସୂଚନାଯୋଗ୍ୟ ଯେ, ଯୋଜନା ମୁତାବକ ନିଜ ପ୍ରେମିକକୁ ଡାକି ଅନ୍ନପୂର୍ଣ୍ଣା ଫାଇନାନ୍ସ କମ୍ପାନୀର ମହିଳା କର୍ମଚାରୀ ତାଙ୍କୁ ଲକ୍ଷେ ୬୬ ହଜାର ଟଙ୍କା ଦେଇଥିଲେ । ତାପରେ ନିଛାଟିଆ ରାସ୍ତାରେ ନିଜ ସ୍କୁଟିରେ ଓ ନିଜ ଉପରେ ଲଙ୍କାଗୁଣ୍ଡ ପକାଇଦେଇ ଲୁଟ୍ ର ନାଁ ଦେବାକୁ ଚେଷ୍ଟା କରିଥିଲେ ଏହି ମହିଳା କର୍ମଚାରୀ । ଲୁଟ୍ ଘଟଣାରେ ଚାନ୍ଦବାଲି ଥାନାରେ ଅଭିଯୋଗ ହେବା ପରେ ଚାନ୍ଦବାଲି ପୋଲିସ ଘଟଣାର ପର୍ଦ୍ଦାଫାଶ କରିଛି । ଅଭିଯୁକ୍ତ ମହିଳା କର୍ମଚାରୀଙ୍କ ସହ ତାଙ୍କ ପ୍ରେମିକକୁ ମଧ୍ୟ ଗିରଫ କରିଛି ପୋଲିସ । ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ରଘୁନାଥପୁର ଗାଁରି ଯୁବକ ସୁଶିଲ କୁମାର ସ୍ବାଇଁଙ୍କୁ ଗିରଫ କରି ଉଭୟ ପ୍ରେମୀଯୁଗଳଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.