ଦେଢ଼ ବର୍ଷର ଶିଶୁକୁ ଅପହରଣ କରି ଭିକ ମଗାଉଥିଲେ ଦମ୍ପତ୍ତି : ଗିରଫ କଲା ପୋଲିସ୍

Published By : Prameya-News7 Bureau | October 16, 2020 IST

ନୂଆଦିଲ୍ଲୀ ୧୬/୧୦: ଦକ୍ଷିଣ ପୂର୍ବ ଦିଲ୍ଲୀରେ ପୋଲିସ୍ ଦମ୍ପତ୍ତିଙ୍କୁ ଏକ ଶିଶୁକୁ ଅପହରଣ କରିବା ଏବଂ ତା ଦ୍ବାରା ଭିକ ମଗାଇବା ଅଭିଯୋଗରେ ଗିରଫ କରିଛି। ପୋଲିସଙ୍କ କହିବା ଅନୁସାରେ ଶିଶୁକୁ ଭିକ ମଗାଇବା ଉଦ୍ଦେଶ୍ୟରେ ଅପହରଣ କରାଯାଇଥିଲା।

ଜାମିୟା ନଗରର ବଟଲା ହାଉସର ଆସିୟା ଖାତୁନ ଅକ୍ଟୋବର ୩ତାରିଖରେ ନିଜ ଦେଢ଼ ବର୍ଷର ଝିଅର ଅପହରଣର ମାମଲା ଦାୟର କରିଥିଲେ। ସେ କହିଥିଲେ ଯେ ଅକ୍ଟୋବର ୨ତାରିଖ ସନ୍ଧ୍ୟା ପାଖାପାଖି ୬ଟାବେଳେ ତାଙ୍କ ଝିଅ ରାସ୍ତାରେ କିଛି ପିଲା ସହ ଖେଳୁଥିବାବେଳେ ନିଖୋଜ ହୋଇ ଯାଇଥିଲେ।

ପୋଲିସର କହିବା ଅନୁସାରେ ଶିଶୁଟି ମଙ୍ଗଳବାର ମହମ୍ମଦ ଅଲି ଏବଂ ଜହାନାରା ସହ ଜାମିୟା ନଗରର ଜୋଗାବାଈ ଏକ୍ସଟେନ୍ସନରେ ମିଳିଥିଲା। ପଚରାଉଚୁରା କରିବାରୁ ଦମ୍ପତ୍ତି କହିଥିଲେ ଯେ ଭିକ ମଗାଇବା ପାଇଁ ସେମାନେ ଶିଶୁଟିକୁ ଅପହରଣ କରିଥିଲେ।

ଦିଲ୍ଲୀ ପୋଲିସର ଅପରାଧ ଶାଖାର ମାନବ ଚାଲାଣ ବିରୋଧୀ ଏକକ ୨୦୨୦ମସିହାରେ ନିଖୋଜ କିମ୍ବା ଅପହୃତ ୧୦୦୪ ଲୋକଙ୍କୁ ଉଦ୍ଧାର କରିଛି। ଏମାନଙ୍କ ମଧ୍ୟରୁ ୧୦୨ ନାବାଳକ ଏବଂ ୧୦୭ ନାବାଳିକା ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.