ମହିଳାମାନଙ୍କୁ ୮ ଲକ୍ଷ ଟଙ୍କାର ଚୂନ ମାରି ଫେରାର ଥିଲେ ସ୍ବାମୀ-ସ୍ତ୍ରୀ: ଭୁବନେଶ୍ବରରୁ ବାନ୍ଧି ନେଲା ପୋଲିସ୍

Published By : Prameya-News7 Bureau | December 20, 2020 IST

ପାଟଣା୨୦/୧୨:  ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଦମ୍ପତି ଗିରଫ।  କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ବିନିଦା ଗ୍ରାମରେ ଏଭଳି ଘଟଣା ଘଟିଛି। ଏହି ଅଭିଯୋଗ ଆଧାରରେ ରବିବାର ତୁରୁମୁଙ୍ଗା ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦମ୍ପତି ହେଲେ ବିନିଦା ଗ୍ରାମର  ନନ୍ଦକିଶୋର ସେଠୀ ଓ  ତାଙ୍କ ପତ୍ନୀ ଜାନକୀ ସେଠୀ।

ପୋଲିସର ସୂଚନା ଅନୁଯାୟୀ ୨୦୧୯ ମସିହାରେ ଏହି ଦମ୍ପତି ଗ୍ରାମର  ଏକ ସ୍ବଂୟ ସହାୟିକା ଗୋଷ୍ଠୀର ମହିଳାମାନଙ୍କ ଠାରୁ  ହଳଦୀ ପେଶା ମେସିନ, ତେଲ ପେଶା ମେସିନ ଓ ଖଲି ଚଉତି ମେସିନ କିଣି ଦେବେ କହି ୮ଲକ୍ଷ ଟଙ୍କା ନେଇଥିଲେ। ଟଙ୍କା ନେବା ପରେ ଦୁଇ ବର୍ଷ ହେବ ଫେରାର ହୋଇଯାଇଥିଲେ।  ୩/୪ ଦିନ ପୁର୍ବରୁ ନନ୍ଦକିଶୋର ଗାଁକୁ ଫେରିବା ପରେ ଖବର ପାଇ  ତୁରୁମୁଙ୍ଗା ପୋଲିସ ନନ୍ଦକିଶୋରଙ୍କୁ ଜେରା କରିବାରୁ ତାଙ୍କ ସ୍ତ୍ରୀ ଙ୍କ ଠାବ ପାଇଥିବା ଥାନା ଅଧିକାରୀ ସୁଶାନ୍ତ ମଣୀ ମହାନ୍ତି କହିଛନ୍ତି। ଭୁବନେଶ୍ୱରରୁ  ଜାନକୀ ଧରା ପଡିବା ପରେ ଠକ  ଦମ୍ପତିଙ୍କୁ ତୁରୁମୁଙ୍ଗା ପୋଲିସ  ରବିବାର ଗିରଫ କରି କୋର୍ଟ ଚାଲାଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.