ଆଇପିଏସ ଅମିତାଭ ଠାକୁର ଓ ତାଙ୍କ ପତ୍ନୀଙ୍କ ବିରୋଧରେ ମିଛ ଅଭିଯୋଗ ଆଣିଥିବା ମହିଳା ସ୍ୱାମୀଙ୍କ ସହ ବନ୍ଧାହେଲେ, ୫ ବର୍ଷ ତଳେ ଆଣିଥିଲେ ଦୁଷ୍କର୍ମ ଅଭିଯୋଗ

Published By : Prameya-News7 Bureau | December 03, 2020 IST

ନୂଆଦିଲ୍ଲୀ,୦୩/୧୨:   ବରିଷ୍ଠ ପୋଲିସ ଅଧିକାରୀ ଓ ତାଙ୍କ ପତ୍ନୀଙ୍କୁ ମିଛ ମାମଲାରେ ଫସାଇବା ପଡିଲା ମହଙ୍ଗା । ଜେଲ୍ ଗଲେ ଅଭିଯୁକ୍ତ ଦମ୍ପତ୍ତି । ଏମପି-ଏମଏଲଏଏର ସ୍ୱତନ୍ତ୍ର କୋର୍ଟ ବରିଷ୍ଠ ଆଇପିଏସ ଅଧିକାରୀ ଅମିତାଭ ଠାକୁର ଓ ତାଙ୍କ ପତ୍ନୀ ନୂତନ ଠାକୁରଙ୍କୁ ମିଛ ଦୁଷ୍କର୍ମ ମାମଲାରେ ଫସାଇବା ପାଇଁ ଚେଷ୍ଟା କରିଥିବା ଅଭିଯୁକ୍ତ ଦମ୍ପତ୍ତିଙ୍କୁ ବିଚାର ବିଭାଗୀୟ ଜେଲକୁ ପଠାଇ ଦେଇଛନ୍ତି । ବୁଧବାର ଅଭିଯୁକ୍ତ ଦମ୍ପତ୍ତି ଭୁଜବିର ସିଂ ଓ ପୁଷ୍ପା ସିଂ ଆତ୍ମସମର୍ପଣ କରିବା ସହ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ ।

ସ୍ୱତନ୍ତ୍ର କୋର୍ଟ ପ୍ରଥମେ ଅଭିଯୁକ୍ତଙ୍କ ଅପରାଧକୁ ଗମ୍ଭୀର କହିବା ସହ ଆଗୁଆ ଜାମିନ ଆବେଦନକୁ ଖାରଜ କରିଥିଲେ । ସୂଚନାଯୋଗ୍ୟ, ୨୦୧୫ ଜୁନ ୨୦ ତାରିଖରେ ଏହି ମାମଲାରେ ନୂତନ ଠାକୁର ଉତ୍ତର ପ୍ରଦେଶର ଗୌତମୀନଗର ଥାନାରେ ଏଫଆଇଆର ଦାଖଲ କରିଥିଲେ । ଯେଉଁଥିରେ ଅଭିଯୁକ୍ତଙ୍କ ସମେତ ତତ୍କାଳୀନ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତି. ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଜରିନା ଇସମାନିଙ୍କୁ ପକ୍ଷଭୁକ୍ତ କରାଯାଇଥିଲା ।

ସରକାରୀ ଓକିଲ ମୁନେଶ ବାବୁ ଯାଦବଙ୍କ କହିବାନୁସାରେ, ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୪୬୭, ୪୬୮, ୪୭୧, ୪୨୦, ୨୦୩, ୨୧୧ ଓ ୧୨୦ ବି ଆଧାରରେ ମାମଲା ରୁଜୁ ହୋଇଥିଲା । କିନ୍ତୁ ଅଭିଯୁକ୍ତ ଅନୁପସ୍ଥିତ ଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନୋଟିସ୍ ଜାରି କରାଯାଇଥିଲା ।

ସୂଚନାଯୋଗ୍ୟ, ଗାଜିଆବାଦର ଜଣେ ମହିଳା ୨୦୧୫ ଜୁନରେ ଆଇପିଏସ ଅମିତାଭ ଠାକୁରଙ୍କ ନାଁରେ ଏଫଆ୍ଇଆର ଦାଖଲ କରିଥିଲେ । ୩୭୬, ୫୦୪ ଓ ୫୦୬ ଧାରାରେ ପୋଲିସ ମାମଲା ରୁଜୁ କରିଥିଲେ । ଏହାସହ ଅମିତାଭଙ୍କ ପତ୍ନୀ ତଥା ସମାଜସେବୀ ନୂତନ ଠାକରଙ୍କୁ ମଧ୍ୟ ଅଭିଯୁକ୍ତଙ୍କ ସହଯୋଗୀ ବୋଲି ଏଫାଇଆରରେ ଦର୍ଶା ଯାଇଥିଲା । ମହିଳାଜଣଙ୍କ ଅଭିଯୋଗ କରିଥିଲେ ଯେ, ୨୦୧୪ ନଭେମ୍ବରରେ ଅମିତାଭ  ତାଙ୍କୁ ଚାକିରୀ ଦେବା ନାଁରେ ଲକ୍ଷ୍ନୌ ଡାକିଥିଲେ । ସେ ଅମିତାଭଙ୍କ ଘରେ ପହଁଚିବା ପରେ ନୂତନ ଏକ କୋଠରୀରୁ ସାକ୍ଷାତକାର କରିବା ପାଇଁ ପଠାଇଥିଲେ । ସେଠାରେ ତାଙ୍କୁ ଅମିତାଭ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଯାହା ମିଛ ପ୍ରମାଣିତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.