ବର୍ଲିନ ୮।୧୨: ଜର୍ମାନରେ ଗଣତାନ୍ତ୍ରିକ ସରକାରଙ୍କୁ ଉପାଡି ଫିଙ୍ଗିବାକୁ ଏକ ବଡ଼ ଧରଣର ବିଦ୍ରୋହ ବିଫଳ ହୋଇଛି। ଅପରପଟେ ବିଦ୍ରୋହ କରି ଶାସନ ପରିବର୍ତ୍ତନ ଲାଗି ଉଦ୍ୟମ କରିଥିବା ୨୫ ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ ଲୋକଙ୍କ ମଧ୍ୟରେ ପ୍ରିନ୍ସ ହେନରିକ୍ ମୁଖ୍ୟ ଅଭିଯୁକ୍ତ ଅଛନ୍ତି। ଦେଶର ନିର୍ବାଚିତ ସରକାରଙ୍କୁ ବନ୍ଧକ କରି ହେନରିକ୍ ନିଜେ ରାଜା ହେବାକୁ ଚାହୁଁଥିଲେ। ତେବେ ତାଙ୍କ ଷଡ଼ଯନ୍ତ୍ର ବିଫଳ ହୋଇଛି।
ଜର୍ମାନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଜର୍ମାନ ସଂସଦ ଉପରେ ଚଢଉ କରିବା, ସାଂସଦଙ୍କୁ ଗିରଫ କରି ଚାନ୍ସେଲରଙ୍କୁ ହତ୍ୟା କରିବା ଓ ସରକାର ଉପରେ ନିୟନ୍ତ୍ରଣ ଲାଗି ଯୋଜନା ପ୍ରସ୍ତୁତ କରାଯାଇଥିଲା। ସରକାର ପରିବର୍ତ୍ତନ ଷଡ଼ଯନ୍ତ୍ରରେ ଦକ୍ଷିଣପନ୍ଥୀ ବିଚାର ଧାରାର ମୁଖ୍ୟ ରାଜକୁମାର ହେନରିକ୍-୧୩ ସାମିଲଥିଲେ। ଯାହାକୁ ଦେଶର ନୂଆ ରାଜା କରିବାକୁ ଉଦ୍ୟମ କରାଯାଇଥିଲା। ରିପୋର୍ଟ ଅନୁସାରେ ସରକାର ପରିବର୍ତ୍ତନ ଲାଗି ଉଦ୍ୟମ ବଡ଼ ସ୍ତରରେ ହୋଇଥିଲା। ଏଥିଲାଗି ଦେଶର ବିଦ୍ୟୁତ ନେଟୱାର୍କକୁ ଭାଙ୍ଗି ଦିଆଯାଇଥିଲା।
{"id":718919,"width":841,"height":472,"sizeSlug":"full","linkDestination":"none"}ଏହି ସମୟରେ ବିଦ୍ରୋହୀ ନିଜନିଜ ସହ ଯୋଗାଯୋଗ ରଖିବା ଲାଗି ସାଟେଲାଇଟ୍ ଫୋନ ମଧ୍ୟ ବହୁ ସଂଖ୍ୟାରେ କିଣିଥିଲେ। ଜର୍ମାନ ପ୍ରସିକ୍ୟୁଟର୍ସ ଓ ଇଣ୍ଟେଲିଜେନ୍ସୀ ଅଧିକାରୀମାନେ ଘୋର ଦକ୍ଷିଣପନ୍ଥୀ ଆତଙ୍କବାଦୀ ନେଟୱାର୍କ ଏହି ଷଡ଼ଯନ୍ତ୍ର କରିଥିଲେ ବୋଲି କହିଛନ୍ତି। ଏଥିଲାଗି ସେମାନେ ଦେଶବ୍ୟାପୀ ସେମାନଙ୍କ ନେଟୱାର୍କ ମଧ୍ୟ ବିଛାଇ ସାରିଥିଲେ। ତେବେ ଦେଶର ଗୁଇନ୍ଦା ଏଜେନ୍ସୀକୁ ଏହାର ସୁରାଗ ମିଳିଯାଇଥିଲା।
ଜର୍ମାନର ଦେଢଶହ ଠିକଣାରେ ପୋଲିସ ରେଡ କରି ୨୫ ଜଣଙ୍କୁ ଗିରଫ କରିଛି। ଗିରଫ ଲୋକଙ୍କ ମଧ୍ୟରେ ପ୍ରିନ୍ସ ହେନରିକ୍ ମଧ୍ୟ ଅଛନ୍ତି। ହେନରିକଙ୍କ ବ୍ୟତୀତ ଏହି ବିଦ୍ରୋହୀଙ୍କ ଗୋଷ୍ଠୀରେ ପୂର୍ବତନ ସୈନ୍ୟ ଅଧିକାରୀ, ପୋଲିସ ଅଧିକାରୀ, ସେନା ରିଜର୍ଭ ଫୋର୍ସର ମଧ୍ୟ ୨ ଅଧିକାରୀ ଥିବା ଜଣାପଡିଛି। ଶାସନ ଦଖଲ କରିବା ପାଇଁ ସେମାନେ ଜର୍ମାନ ସରକାରର ୧୮ ରାଜନେତାଙ୍କୁ ସେମାନେ ରାସ୍ତାରୁ ହଟାଇ ଥାନ୍ତେ। ଯେଉଁମାନଙ୍କ ମଧ୍ୟରେ ଜର୍ମାନ ଚାନ୍ସେଲର ଓଲାଫ ସ୍କୋଲଜ୍ ମଧ୍ୟ ହିଟ୍ ଲିଷ୍ଟରେ ଥିଲେ। ନେତାମାନଙ୍କୁ ରାସ୍ତାରୁ ହଟାଇ ପୁରା ଜର୍ମାନର ପ୍ରଶାସନକୁ ନିଜ ନିୟନ୍ତ୍ରଣକୁ ନେବାକୁ ଯୋଜନା କରିଥିଲେ।