ଏହି ନଦୀ ଉପରେ ତିଆରି ହୋଇଛି ଦେଶର ସବୁଠାରୁ ଲମ୍ବା ରୋପୱେ, ଥରକେ ଯାଇପାରିବେ ୩୦ ଯାତ୍ରୀ

Published By : Prameya-News7 Bureau | August 26, 2020 IST

ଆସାମ ୨୬/୦୮ : ତିଆରି ହେଉଛି ଦେଶର ସବୁଠାରୁ ଲମ୍ବା ରୋପୱେ | ଏହି ରୋପୱେ ଜରିଆରେ ଉତ୍ତର ଗୁଆହାଟୀ ଓ ସହରର ମଧ୍ୟ ଭାଗକୁ କମ ସମୟରେ ଯାତ୍ରା କରିହେବ | ରାଜ୍ୟର ଅର୍ଥ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ରୋପୱେର ଉଦଘାଟନ କରି କହିଛନ୍ତି ଏହି ରୋପୱେ ଦ୍ୱାରା ପର୍ଯ୍ୟଟନ କ୍ଷେତ୍ରକୁ ଲାଭ ମିଳିବା ସହ ଲୋକଙ୍କୁ ଯାତ୍ରା କରିବାରେ ମଧ୍ୟ ସହଜ ହେବ |

{"id":320438,"sizeSlug":"large"}

ଏହି ରୋପୱେ ବ୍ରହ୍ମପୁତ୍ର ନଦୀ ଉପରେ ତିଆରି ହୋଇଛି | ରୋପୱେ ନିର୍ମାଣ କାମ ୨୦୦୩ ମସିହାରେ ଆରମ୍ଭ ହୋଇଥିଲା | ଏହାକୁ ତିଆରି କରିବାକୁ ୧୭ ବର୍ଷ ସମୟ ଲାଗିଛି |

{"id":320435,"sizeSlug":"large"}

ସୂଚନା ଅନୁଯାୟୀ, ଏହି ରୋପୱେର ଗୋଟିଏ କ୍ୟାବିନରେ ଏକାଥରେ ୩୦ ଯାତ୍ରୀ ଯାତ୍ରା କରିପାରିବେ | ଏହି ରୋପୱେରେ ୱାନ ସାଇଡ ଯାତ୍ରା ପାଇଁ ୬୦ ଟଙ୍କା ଟିକେଟ ଲାଗିବ | ଉଭୟ ସାଇଡ ଯାତ୍ରା ପାଇଁ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି | ଆଗାମୀ ସମୟରେ ଲୋକଙ୍କ ଯାତ୍ରାକୁ ଆହୁରି ସୁବିଧାଜନକ କରିବା ପାଇଁ ଦୈନିକ, ସାପ୍ତାହିକ ଓ ମାସିକ ପାସ ଜାରି କରାଯାଇପାରେ |

{"id":320437,"sizeSlug":"large"}

ରିପୋର୍ଟ ଅନୁଯାୟୀ, ରୋପୱେ ସେବା ନିରୀକ୍ଷଣ ପାଇଁ ସାଇଟରେ ୫୮ ଟି ସିସିଟିଭି କ୍ୟାମେରା ଲଗାଯାଇଛି | ଅଧିକାରୀ କହିଛନ୍ତି ଯେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଗୋଟିଏ କ୍ୟାବିନରେ ୧୫ ଜଣଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯାଇଛି | ରୋପୱେ ଚଲାଇବା ସମୟ ସକାଳ ୮ଟା ରୁ ସନ୍ଧ୍ୟା ୬ଟା ଧାର୍ଯ୍ୟ କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.