କାନାଡ଼ା ଭାରତ ମୁହାଁମୁହିଁ: ମୋଦୀ ସରକାରଙ୍କ ସପକ୍ଷରେ ବାହାରିଲେ କଂଗ୍ରେସ ନେତା, କହିଲେ- ଦେଶ ହିତ ସର୍ବୋପରି
19/09/2023 at 10:13 PM

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟା ଘଟଣାରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତ ଉପରେ ଦୋଷ ଲଦିବା ପରେ କଂଗ୍ରେସ ପ୍ରତିକ୍ରିୟା ଦେଇଛି।
କନାଡ଼ା ଅଭିଯୋଗରେ କଂଗ୍ରେସ ଭାରତ ସରକାରଙ୍କ ସହ ଅଛନ୍ତି। ଦେଶ ହିତ ସର୍ବୋପରି ବୋଲି କହିଛନ୍ତି ବରିଷ୍ଠ
କଂଗ୍ରେସ ନେତା ଜୟରାମ ରମେଶ। ଏନେଇ ସୋସିଆଲ୍ ମିଡିଆରେ ଏକ୍ସରେ ପୋଷ୍ଟ କରି ଜୟରାମ ଲେଖିଛନ୍ତି “ଭାରତୀୟ ଜାତୀୟ କଂଗ୍ରେସ ସବୁବେଳେ ବିଶ୍ୱାସ କରି ଆସିଛି ଯେ ଆତଙ୍କବାଦ ବିରୋଧରେ ଦେଶର ଲଢ଼େଇକୁ ସାଲିସ୍ କରାଯିବ ନାହିଁ। ବିଶେଷ କରି ଯେତେବେଳେ ଆତଙ୍କବାଦ ଭାରତର ସାର୍ବଭୌମତ୍ୱ,ଏକତା ଓ ଅଖଣ୍ଡତା ଉପରେ ବିପଦ ଆଣେ। ଆମର ଦେଶ ହିତ ଓ ଏହାକୁ ନେଇ ଚିନ୍ତା ସର୍ବୋପରି ହେବା ଉଚିତ୍।”
ଏନେଇ ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଂଘବୀ କାନାଡ଼ା ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଅନ୍ୟ କୌଣସି ଭାରତ ବିରୋଧୀ ପ୍ରଚାରକଙ୍କ ଭଳି ଟ୍ରୁଡୋ ମଧ୍ୟ ଭାରତ ପାଇଁ ବିପଦ ବୋଲି ସିଂଘବୀ କହିଛନ୍ତି। ସଂଘବୀ ଟ୍ୱିଟ୍ କରି ଲେଖିଛନ୍ତି “ଜଷ୍ଟିନ ଟ୍ରୁଡୋ ଏକ ନେତା ଚେହୋରରେ ଗ୍ରହରେ ରହୁଥିବା ସବୁଠାରୁ ବଡ଼ ଜୋକର। ଅନ୍ୟ ଭାରତ ବିରୋଧୀ ଏଜେଣ୍ଡାଧରୀମାନଙ୍କ ଭଳି ସେ ମଧ୍ୟ ଭାରତ ପାଇଁ ବିପଦ। ଭାରତ ଖୁବ୍ଶୀଘ୍ର ନୂଆ ଦିଲ୍ଲୀରେ ଥିବା କାନାଡ଼ା ହାଇକମିଶନଙ୍କ ପାଖରେ ସୁରକ୍ଷା ବ୍ୟବସ୍ଥା କମାଇ ଦେବା ଉଚିତ୍। ଅତ୍ୟନ୍ତ ଦୁଃଖଦ।”

ଏହା ପୂର୍ବରୁ ଭାରତ କାନାଡ଼ା ଉପରେ ଯେଶାକୁ ତେଶା ନୀତିରେ କାର୍ଯ୍ୟାନୁଷ୍ଠାନ ନେଇଛି। କାନାଡ଼ାରେ ଭାରତ ଉପରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରର ହତ୍ୟା ଅଭିଯୋଗ ଲଦି ଭାରତୀୟ କୁଟନୀତିଜ୍ଞଙ୍କୁ ନିଲମ୍ବିତ କରିଥିଲା । ଜବାବରେ ଭାରତ ମଧ୍ୟ ମଙ୍ଗଳବାର କାନାଡ଼ା ରାଷ୍ଟ୍ରଦୂତ ଓଲିଭିଅର ସିଲ୍ଭେଷ୍ଟରଙ୍କୁ ନିଲମ୍ବିତ କରିଛି। ଏବଂ ତାଙ୍କୁ ୫ ଦିନ ମଧ୍ୟରେ ଭରାତ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି।