suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଦେଶର ସବୁଠୁ ବଡ଼ ଡାଟା ଲିକ୍‌: ୧.୨ କୋଟି ହ୍ବାଟ୍ସଆପ୍, ୧୭ ଲକ୍ଷ ଫେସ୍‌ବୁକ୍‌ ୟୁଜର୍ସ ହୋଇଛନ୍ତି ଶିକାର

24/03/2023 at 9:14 PM

ନୂଆଦିଲ୍ଲୀ, ୨୪/୦୩: ବଡ଼ ସୋସିଆଲ ମିଡିଆ ତଥ୍ୟ ଲିକ୍‌ ପର୍ଦ୍ଦାଫାଶ ହୋଇଛି। ଏହି ମାମଲାରେ ସାତ ଜଣକୁ ଗିରଫ କରାଯାଇଛି। ସାଇବର ପୋଲିସ୍‌ ଅନୁଯାୟୀ ଏହି ଡାଟା ଲିକ୍‌ରେ ସରକାରୀ ଏବଂ ଅଣ-ସରକାରୀ ଡାଟା ୧୬.୮ କୋଟି ଆକାଉଣ୍ଟ ତଥ୍ୟ ଚୋରି ହୋଇଛି। ଏଥିରେ ୨.୫୫ ଲକ୍ଷ ସେନା ଅଧିକାରୀଙ୍କ ଡାଟା ମଧ୍ୟ ରହିଛି। ଏହି ଡାଟା ଲିକ୍‌କୁ ଦେଶର ସବୁଠୁ ବଡ଼ ଡାଟା ଚୋରି କୁହାଯାଉଛି।

ଏହି ଗ୍ୟାଙ୍ଗ୍‌ଙ୍କୁ ତେଲଙ୍ଗାନାର ସାଇବରାବାଦ ପୋଲିସ୍‌ ଧରିବାରେ ସଫଳ ହୋଇଛି। ଏମାନେ ୧୪୦ ପ୍ରକାରର ଡାଟା ବିକ୍ରି କରୁଥିଲେ। ଏଥିରେ ସେନା ଜବାନଙ୍କ ଡାଟା ବ୍ୟତୀତ ଦେଶର ଅନେକ ଲୋକଙ୍କ ଫୋନ୍‌ ନମ୍ବର, NEET ଛାତ୍ରଙ୍କ ବ୍ୟକ୍ତିଗତ ସୂଚନା ଆଦି ରହିଛି। ଗିିରଫ ୭ ଜଣ ଦଲାଲ ନୋଏଡାର ଏକ କଲ୍ ସେଣ୍ଟର ଦ୍ବାରା ଡାଟା ଏକତ୍ର କରୁଥିଲେ। ଅଭିଯୁକ୍ତମାନେ ସ୍ବୀକାର କରିଛନ୍ତି ଯେ ଏହି ଚୋରି ତଥ୍ୟକୁ ୧୦୦ ସାଇବର ଠକଙ୍କୁ ବିକ୍ରି ମଧ୍ୟ ହୋଇଛି।ଏହି ଡାଟାରେ ୧.୨ କୋଟି ହ୍ବାଟ୍ସଆପ୍, ୧୭ ଲକ୍ଷ ଫେସବୁକ୍ ୟୁଜର୍ସଙ୍କ ତଥ୍ୟ ରହିଛି। ସେନା ଜବାନଙ୍କ ତଥ୍ୟରେ ତାଙ୍କର ରାଙ୍କ୍‌, ଇ-ମେଲ୍‌ ଆଇଡି, ପୋଷ୍ଟିଂ ସ୍ଥାନ ଆଦି ସାମିଲ୍‌ ରହିଚି। ଏହି ଡାଟାରେ ସେନାର ଜାସୁସୀ କରାଯାଇପାରେ।

ଡିସିପି ସାଇବର କ୍ରାଇମ୍ ରୀତିରାଜ କହିଛନ୍ତି ଯେ ଏନେଇ ଏକ ମାମଲା ପୋଲିସ୍‌ ସାଇବର ଓ୍ବିଙ୍ଗ୍‌ରେ ଏକ ମାମଲା ରୁଜୁ ହୋଇତିଲା। ଗୋପନୀୟତା ଏବଂ ସମ୍ବେଦନଶୀଳତା ଡାଟା ବିକ୍ରି ଏବଂ କିଣିବାକୁ ନେଇ ସାଇବରାବାଦ ପୋଲିସ୍‌ର ସାଇବର କ୍ରାଇମ୍‌ ଓ୍ବିଙ୍ଗ୍‌ରେ ମାମଲା ରୁଜୁ ହୋଇଥିଲା। ଏମିତିକି ପୋଲିସ୍‌ ଏହା ମଧ୍ୟ ଯାଞ୍ଚ କରୁଛି ଯେ ସାଇବର ଅପରାଧୀ ଡାଟା ପର୍ଯ୍ୟନ୍ତ କିପରି ପହଞ୍ଚିଥିଲେ। ପୋଲିସ୍‌ ଦୁଇ ମାସରୁ ଏହା ଉପରେ କାମ କରୁଥିଲା।

   Related Posts