LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

୬୩ ଟି କେନ୍ଦ୍ରରେ ବୁଧବାର ସକାଳ ୮ଟାରୁ ଆରମ୍ଭ ହେବ ମତଗଣନା: ସମ୍ବଲପୁର ବିଧାନସଭା ଫଳ ଆଗୁଆ ଆସିବ

21/05/2019 at 7:12 PM

ବୁଧବାର ସକାଳ ୮ଟାରୁ ଆରମ୍ଭ ହେବ ମତଗଣନା । ଗଣତି କେନ୍ଦ୍ରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି ।ଏଥର ରାଜ୍ୟରେ ୬୩ ଟି କେନ୍ଦ୍ରରେ ଭୋଟ ଗଣତି ହେବ । ସବୁଠୁ କମ୍ ୨୯ ରାଉଣ୍ଡ ଥିବା ସମ୍ବଲପୁର ବିଧାନସଭା ଫଳ ଆଗୁଆ ଆସିବ । ଆଉ ସବୁଠୁ ଅଧିକ ୪୯ ରାଉଣ୍ଡ ଥିବା ପାଟଣାଗଡ ଫଳ ଡେରିରେ ବାହାରିବ ।

ଏଥର ମୋଟ ୨୪୬୨ ଟି ଟେବୁଲରେ ଏକାଥରକେ ଲୋକସଭା ଓ ବିଧାନସଭା ଭୋଟ ଗଣତି ହେବ । ତେବେ ଏଥର ପୋଷ୍ଟାଲ ବାଲାଟ ସହ ଇଭିଏମ ଗଣତି ସମାନ୍ତର ଭାବେ ହେବ । ସବା ଶେଷରେ ଲଟେରି ଆଧାରରେ ଭିଭିପାଟ ମେସିନ ଗଣତି କରାଯିବ ।

ଏତେବଡ ଏକ୍ସରସାଇଜ ପାଇଁ ରାଜ୍ୟରେ ୬ ହଜାର ୭ଶହ ଅଧିକାରୀ ନିଯୁକ୍ତି ହୋଇଛନ୍ତି । ପ୍ରତି ଗଣତି କେନ୍ଦ୍ରରେ ବିଧାନସଭା ପାଇଁ ୭ ଟେବୁଲ ଏବଂ ଲୋକସଭା ପାଇଁ ୭ ଟେବୁଲ- ଏମିତି ୧୪ ଟେବୁଲ ରହି । ରିଟର୍ଣ୍ଣିଂ ଅଫିସର ବସିବା ପାଇଁ ଆଉ ଏକ ସ୍ବତନ୍ତ୍ର ଟେବୁଲ ବ୍ୟବସ୍ଥା ହୋଇଛି । ତେବେ ୨୨ଟି ଜିଲ୍ଲାର ଗଣତି କେନ୍ଦ୍ରରେ ଟେବୁଲ ସଂଖ୍ୟା ୧୪ରୁ ୨୦ ପର୍ଯ୍ୟନ୍ତ ବଢାଇବାକୁ ଅନୁମତି ଦେଇଛନ୍ତି ନିର୍ବାଚନ କମିଶନ ।

ଏଥିପାଇଁ ୪୧୧ ଅଧିକ ଟେବୁଲ ବ୍ୟବସ୍ଥା ହୋଇଛି । ପ୍ରତ୍ୟେକ ଟେବୁଲ୍‌ରେ ଜଣେ ମାଇକ୍ରୋ ଅବ୍‌ଜରଭର୍‌ ସମେତ ୩ ଅଧିକାରୀ ରହିବେ । କାଉଣ୍ଟିଂ ସେଣ୍ଟରକୁ ଘଣ୍ଟା, ମୋବାଇଲ, କାଲକୁଲେଟର ଆଦି ବ୍ୟାନ କରାଯାଇଛି । ପ୍ରତି ସେଣ୍ଟରରେ ଇଭିଏମ ଖୋଲିବା ଠାରୁ ଭୋଟ ଗଣତି ପର୍ଯ୍ୟନ୍ତ ଭିଡିଓ ଗ୍ରାଫି କରାଯିବା ସହ ସିସିଟିଭି ରେକର୍ଡ କରାଯିବ ।

ପ୍ରତି ଟେବୁଲରେ ପ୍ରାର୍ଥୀ କିମ୍ବା ତାଙ୍କର ଜଣେ ଏଜେଣ୍ଟ ରହିବାକୁ ଅନୁମତି ମିଳିବ । ହେଲେ ମଝିରେ ସେମାନଙ୍କ ପାଇଁ ରିପ୍ଲେସମେଣ୍ଟ ବ୍ୟବସ୍ଥା ନାହିଁ । ଅର୍ଥାତ ଯିଏ ରହିବ ପୂରା ପ୍ରକ୍ରିୟା ସରିବା ପର୍ଯ୍ୟନ୍ତ ।

ଯଦି କାଉଣ୍ଟିଂ ବେଳେ କୈଣସି ଇଭିଏମ ମେସନରେ ତୃଟି ମିଳେ କିମ୍ବା ଭିଭିପାଟ ମେସିନରେ ତୃଟି ଦେଖାଦିଏ ତେବେ ଏଜେଣ୍ଟ ମାନେ ରିକାଉଣ୍ଟିଂ ପାଇଁ ଦାବି କରିପାରିବେ । ଏଭଳି ସ୍ଥିତିରେ ରିଟର୍ଣ୍ଣିଂ ଅଫିସର ସିଇଓଙ୍କୁ ଅବଗତ କରିବେ ଏବଂ ସିଇଓ ନିର୍ବାଚନ କମିଶନଙ୍କୁ ଅବଗତ କରି ତାଙ୍କ ନିର୍ଦେଶ ଅନୁଯାଇ ନିସ୍ପତ୍ତି ନେବେ ।….

   Related Posts