କର୍ଣ୍ଣାଟକ ଉପନିର୍ବାଚନର ଭୋଟ ଗଣତି : ଫଳାଫଳ ନିର୍ଦ୍ଧାରଣ କରିବ ୟେଦୁରପ୍ପା ସରକାରଙ୍କ ଭାଗ୍ୟ

Published By : Prameya-News7 Bureau | December 09, 2019 IST

ବେଙ୍ଗାଲୁରୁ ୦୯।୧୨: ଆଜି କର୍ଣ୍ଣାଟକ ଉପନିର୍ବାଚନର ଭୋଟ ଗଣତି। ସକାଳ ୮ଟାରୁ ୧୫ଟି ମତଗଣନା କେନ୍ଦ୍ରରେ ଭୋଟ ଗଣତି ଜାରି । କର୍ଣ୍ଣାଟକ ବିଧାନସଭାର ୧୫ଟି ଆସନ ପାଇଁ ହୋଇଥିବା ଉପନିର୍ବାଚନର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି । ବିଶେଷ କରି ବି ଏସ ୟେଦୁରାପ୍ପାଙ୍କ ସରକାର ପାଇଁ ଉପନିର୍ବାଚନର ଫଳାଫଳ ବେଶ୍ ଗୁରୁତ୍ବ ରଖୁଛି। ନିର୍ବାଚନର ଫଳାଫଳ ଉପରେ ଏବେ ନିର୍ଭର କରୁଛି ରାଜ୍ୟରେ ୪ ମାସ ପୁରୁଣା ୟେଦୁରପ୍ପା ସରକାରଙ୍କ ଭାଗ୍ୟ।ବିଧାନସଭାରେ ବହୁମତ ପାଇବାକୁ ହେଲେ ବିଜେପିକୁ ୧୫ଟିରୁ ୬ଟି ଆସନରେ ବିଜୟ ହେବା ଜରୁରୀ।

wp:core-embed/twitter {"url":"https://twitter.com/ANI/status/1203866122056945665","type":"rich","providerNameSlug":"twitter","className":""}
https://twitter.com/ANI/status/1203866122056945665
/wp:core-embed/twitter

ରାଜ୍ୟର ଅଠାନୀ, କଗୱାଡ, ଗୋକକ, ୟେଲାପୁର, ହିରେକେରୁର, ରାନୀବେନ୍ନୁର, ବିଜୟନଗର, ଚିକବେଲାପୁର, କେ.ଆର.ପୁରା, ୟଶବନ୍ତପୁରା, ମହାଲକ୍ଷ୍ମୀ ଲେ ଆଉଟ୍, ଶିବାଜୀ ନଗର, ହୋସାକୋଟେ, କେ.ଆର.ପେଟେ ଓ ହୁନସୁର ଆଦି ଆସନରେ ମତଦାନ ହୋଇଛି । ନିର୍ବାଚନ ଆୟୋଗଙ୍କ ରିପୋର୍ଟ ଅନୁସାରେ ଏହି ନିର୍ବାଚନରେ ୬୦ ପ୍ରତିଶତ ଭୋଟ ପଡିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.