ଉପନିର୍ବାଚନ ଫଳାଫଳ: ୬ ରାଜ୍ୟର ୭ ବିଧାନସଭା ସିଟ୍‌ ପାଇଁ ଚାଲିଛି ଭୋଟଗଣତି...

Published By : Prameya-News7 Bureau | November 06, 2022 IST

ନୂଆଦିଲ୍ଲୀ, ୦୬/୧୧: ଆଜି ଆସିବ ଦେଶର ୬ ରାଜ୍ୟର ୭ ବିଧାନସଭା ସିଟ୍ ପାଇଁ ହୋଇଥିବା ଉପନିର୍ବାଚନ ଫଳାଫଳ। ରବିବାର ଚାଲିଛି ଏହି ସବୁ ସିଟ୍‌ର ଭୋଟଗଣତି। ଉପନିର୍ବାଚନରେ ଅଧିକାଂଶ ସିଟ୍‌ରେ ବିଜେପିକୁ ଆଞ୍ଚଳିକ ଦଳଙ୍କଠାରୁ କଡ଼ା ଟକ୍କର ଦେଖିବାକୁ ମିଳିଛି। ଏହି ସବୁ ଆସନରେ ନଭେମ୍ବର ୩ ତାରିଖରେ ଭୋଟଗ୍ରହଣ ହୋଇଥିଲା।

ହରିୟାଣାର ଆଦମପୁର, ମହରାଷ୍ଟ୍ରର ଅନ୍ଧେରୀ ଇଷ୍ଟ, ବିହାରର ଗୋପାଳଗଞ୍ଜ ଏବଂ ମୋକାମ୍ମା, ତେଲଙ୍ଗାନାର ମୁନୁଗୋଡେ, ଉତ୍ତରପ୍ରଦେଶର ଗୋଲା ଗୋକରନାଥ ଏବଂ ଓଡ଼ିଶାର ଧାମନଗର ଆସନରେ ହୋଇଥିଲା ଭୋଟଗ୍ରହଣ । ତେଲଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ), ସମାଜବାଦୀ ପାର୍ଟୀ(ଏସପି) ଏବଂ ବିଜୁ ଜନତା ଦଳ(ବିଜେଡି) ବିଜେପିକୁ କଡ଼ା କ୍କର ଦେଇଛନ୍ତି। ଏବେ ଅପେକ୍ଷା ନିର୍ବାଚନ ଫଳ ଘୋଷଣାକୁ।

୬ ରାଜ୍ୟରେ ହୋଇଥିବା ଉପନିର୍ବାଚନରେ ତେଲଙ୍ଗାନା ମୁନୁଗୋଡ଼େ ନିର୍ବାଚନମଣ୍ଡଳୀରେ ସବୁଠାରୁ ଅଧିକ ମତାଦାନ ହୋଇଥିବା ନେଇ ସୂଚନା ଦେଇଥିଲେ ନିର୍ବାଚନ କମିଶନ। ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ଗୋପାଳଗଞ୍ଜ ନିର୍ବାଚନମଣ୍ଡଳୀରେ ୪୮.୩୫ ପ୍ରତିଶତ ମତଦାନ ହୋଇଥିଲା। ବିହାରର ମୋକାମାରେ ୫୨.୪୭ ପ୍ରତିଶତ, ମୁନୁଗୁଡ଼େରେ ୭୭.୫୫, ହରିୟାଣା ଆଦମପୁରରେ ୭୫.୨୫ ପ୍ରତିଶତ ଭୋଟ, ଓଡ଼ିଶାରେ ଧାମନଗର ନିର୍ବାଚନମଣ୍ଡଳୀରେ ୬୬.୬୩ ପ୍ରତିଶତ ଭୋଟ ଗ୍ରହଣ । ଉତ୍ତରପ୍ରଦେଶ ଗୋଲା ଗୋକରନାତରେ ନିର୍ବାଚନମଣ୍ଡଳୀରେ ୫୫.୬୮ ପ୍ରତିଶତ ହୋଇଥିଲା।  ସେହିପରି ସମ୍ବେଦନଶୀଳ ଆସନ ମହାରାଷ୍ଟ୍ରର ଅନ୍ଧେରୀ ଇଷ୍ଟରେ ସବୁଠାରୁ କମ୍ ୩୧.୭୪ ପ୍ରତିଶତ ମତଦାନ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.