ମିଜୋରାମ୍‌ରେ ବଦଳିଲା ଭୋଟ୍ ଗଣତି ଦିନ; ରବିବାର ନୁହେଁ ସୋମବାର କାଉଣ୍ଟିଂ

Published By : Prameya-News7 Bureau | December 02, 2023 IST

ନୂଆଦିଲ୍ଲୀ,୧।୧୨: ମିଜୋରାମରେ ବଦଳିଲା ଭୋଟ୍ ଗଣତି । ୩ ତାରିଖ ବଦଳରେ ୪ ତାରିଖରେ ବିଧାନସଭା ଭୋଟ୍ କାଉଣ୍ଟିଂ ହେବ ।  ଡିସେମ୍ବର ୩ ତାରିଖରେ ରବିବାର ପଡ଼ୁଥିବାରୁ ସୋମବାର ଦିନ ଭୋଟ୍ ଗଣତି କରାଯିବ । ନିର୍ବାଚନ କମିଶନ ଆଜି ଏହି ସୂଚନା ଦେଇଛନ୍ତି । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଓ ତେଲଙ୍ଗାନା ବିଧାନସଭା ନିର୍ବାଚନର ଭୋଟ୍ ଗଣତି ସହ ମିଜୋରାମରେ କାଉଣ୍ଟିଂ ଡିସେମ୍ବର ୩ରେ ହେବ ବୋଲି ପୂର୍ବରୁ ନିର୍ବାଚନ କମିଶନ ଘୋଷଣା କରିଥିଲେ । ତେବେ ମିଜୋରାମର ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରସ୍ତାବ ଅନୁସାରେ କମିଶନ ଏଠାରେ ମତଗଣନ ତାରିଖ ବଦଳା ଦେଇଛନ୍ତି ।

wp:embed {"url":"https://www.prameyanews7.com/israel-hamas-truce-ceasefire-ends-idf-resumes-attack/","type":"wp-embed","providerNameSlug":"prameya-news-7"}
https://www.prameyanews7.com/israel-hamas-truce-ceasefire-ends-idf-resumes-attack/
/wp:embed

ସେମାନେ ଦର୍ଶାଇଥିଲେ କି ୩ ତାରିଖ ରବିବାର ହୋଇଥିବାରୁ ତାହା ମିଜୋରାମ ପାଇଁ ଖାସ୍‌ ମହତ୍ତ୍ୱ ରହିଛି । ତେଣୁ ରବିବାର ବଦଳରେ ଅନ୍ୟ କୌଣସି ଦିନରେ ଭୋଟ୍ ଗଣତି କରିବାକୁ ପ୍ରସ୍ତାବ ଆସିଥିଲା । ଏହାକୁ ବିଚାରକୁ ନେଇ ନିର୍ବାଚନ କମିଶନ ଭୋଟ ଗଣତି ଲାଗି ନୂଆ ଦିନ ଧାର୍ଯ୍ୟ କରିଥିବା କହିଛନ୍ତି । ଡିସେମ୍ବର ୪ ତାରିଖରେ ଭୋଟ୍ ଗଣତି ହେବ । ଏହି ମୁଦ୍ଦା ଉପରେ ଏମଏମଫ, ZPM, କଂଗ୍ରେସ ଏବଂ ବିଜେପି ଦଳର ସହମତି ରହିଛି । ସମସ୍ତ ସଂଗଠନ ମିଖ୍ୟ ନିର୍ବାଚନ କମିଶନରଙ୍କୁ ଏହି ପ୍ରସ୍ତାବ ଦେଇ ଗଣତି ତାରିଖ ପରିବର୍ତ୍ତନ କରିବାକୁ ଅପିଲ୍ କରିଥିଲେ । ଏହା ପୂର୍ବରୁ ଅନେକ ରାଜ୍ୟରେ ମଧ୍ୟ ଏଭଳି ଭୋଟ୍ କାଉଣ୍ଟିଂ ତାରିଖ ପରିବର୍ତ୍ତନ ହୋଇଛି । କେତେକ ସ୍ଥାନରେ ଭୋଟିଂ ପାଇଁ ମଧ୍ୟ ଗଣିତ ତାରିଖ ବଦଳିଛି ।

ନଭେମ୍ବର ୭ ତାରିଖରେ ମିଜୋରାମରେ ଭୋଟିଂ ହୋଇଥିଲା । ରାଜ୍ୟ ସର୍ବାଧିକ  ୭୮.୪୦ ପ୍ରତିଶତ ମତଦାନ ହୋଇଛି । ମୋଟ୍ ୪୦ଟି ବିଧାନସଭା ଆସନରେ  ୧୭୪ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ଆସନ୍ତା ୪ ତାରିଖ ସୋମବାର ଦିନ ଭୋଟ୍ ଗଣିତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.