ମହମ୍ମଦ ସିରାଜଙ୍କୁ ମିଳିଲା ବଡ ଖୁସି ଖବର, ଇଂଲଣ୍ଡରେ ଖେଳିବେ କାଉଣ୍ଟିଂ କ୍ରିକେଟ୍

Published By : Prameya-News7 Bureau | August 19, 2022 IST

ନୂଆଦିଲ୍ଲୀ, ୧୯|୦୮: ଦ୍ରୁତ ବୋଲର ମହମ୍ମଦ ସିରାଜ୍ ଏବେ ଭାରତ-ଜିମ୍ବାଓ୍ୱେ ସିରିଜ୍ ଖେଳୁଛନ୍ତି । ସେ ସିରିଜର ପ୍ରଥମ ମ୍ୟାଚରେ ଜିମ୍ବାଓ୍ୱେ ବିପକ୍ଷରେ ୮ ଓଭର ବୋଲିଂ କରି ୩୫ ରନ୍ ବ୍ୟୟ କରିଥିଲେ । ଏହାସହ ଗୋଟିଏ ଓ୍ୱିକେଟ୍ ନେଇଥିଲେ । କିନ୍ତୁ ସେ ଅଗଷ୍ଟ ୨୭ରୁ ଆରମ୍ଭ ହେବାକୁ ଥିବା ଏସିଆ କପରେ ସ୍ଥାନ ପାଇ ନାହାଁନ୍ତି । ତେବେ ତାଙ୍କୁ ଅନ୍ୟ ଏକ ଖୁସି ଖବର ମିଳିଛି ।

ରିପୋର୍ଟ ଅନୁସାରେ, ଓ୍ୱାରଓ୍ୱିକସାୟର କାଉଣ୍ଟିଂ କ୍ରିକେଟ୍ କ୍ଲବ୍ କାଉଣ୍ଟିଂ ଚାମ୍ପିଅନସିପର ତିନୋଟି ମ୍ୟାଚ୍ ପାଇଁ ସିରାଜଙ୍କୁ ଦଳରେ ନେଇଛି । ସେ ସେପ୍ଟେମ୍ବର ୧୨ରେ ଆରମ୍ଭ ହେବାକୁ ଥିବା ସମରସେଟ୍ ବିପକ୍ଷ ଓ୍ୱାରଓ୍ୱିକସାୟରର ଘରୋଇ ମ୍ୟାଚ୍ ପୂର୍ବରୁ ବର୍ମିଂହାଂମରେ ପହଁଚିବେ ବୋଲି ଆଶା କରାଯାଉଛି ।

ଏଜବେଷ୍ଟନରେ ଦମଦାର ରେକର୍ଡ

ଭାରତୀୟ ବୋଲର ସିରାଜ କହିଛନ୍ତି ଯେ, ସେ ସଦାବେଳେ ଭାରତ ସହ ଇଂଲଣ୍ଡରେ ମ୍ୟାଚ୍ ଖେଳିବାର ଆନନ୍ଦ ଉଠାଇଥାନ୍ତି । ସେ କାଉଣ୍ଟିଂ କ୍ରିକେଟ୍ ଖେଳିବା ପାଇଁ ଉତ୍ସାହିତ ଅଛନ୍ତି । ଏଜବେଷ୍ଟନ ଏକ ବିଶ୍ୱସ୍ତରୀୟ ଷ୍ଟାଡିୟମ ଅଟେ । ଟେଷ୍ଟ୍ କ୍ରିକେଟ୍ ପାଇଁ ଏଠାକାର ମାହୋଲ ସ୍ୱତନ୍ତ୍ର । ସେ ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ମୁକାବିଲାର ପ୍ରଥମ ପାଳିରେ ୬୬ ରନ୍ ଦେଇ ୪ ଓ୍ୱିକେଟ୍ ନେଇଥିଲେ । ଏହାପରେ ଦିନିକିଆ ସିରିଜରେ ୬ ଓ୍ୱିକେଟ୍ ନେଇଥିଲେ ।

wp:html /wp:html

୨୦୭ ମ୍ୟାଚ ଅଭିଜ୍ଞତା

ସିରାଜ ସମସ୍ତ ଫର୍ମାଟରେ ୨୬ ଥର ଭାରତ ପାଇଁ ଖେଳିଛନ୍ତି । ଯେଉଁଥିରେ ତାଙ୍କୁ ୫୬ ଓ୍ୱିକେଟ୍ ମିଳିଛି । ଏହାସହ ସେ ନିଜ କ୍ୟାରିଅରରେ ୨୦୭ ମ୍ୟାଚ୍ ଖେଳିଥିବା ବେଳେ ୪୦୩ ଶିକାର କରିଛନ୍ତି । ଯେଉଁଥିରେ ୧୯୪ ଓ୍ୱିକେଟ୍ ସେ ପ୍ରଥମ ଶ୍ରେଣୀ ମ୍ୟାଚରେ ହାସଲ କରିଛନ୍ତି ।

ସୂଚନାଯୋଗ୍ୟ, ଓ୍ୱାରଓ୍ୱିକସାୟର କାଉଣ୍ଟିଂ ସିରିଜ୍ ପାଇଁ ଭାରତୀୟ ଅଲରାଉଣ୍ଡର କୃଣାଲ ପାଣ୍ଡ୍ୟା ମଧ୍ୟ ଚୁକ୍ତି କରିଛନ୍ତି । ସିରାଜ ଦ୍ୱିତୀୟ ଭାରତୀୟ ଭାବେ ଏହି ସିରିଜରେ ଚଳିତ ବର୍ଷ ଭାଗନେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.