ଝାଡ଼ଖଣ୍ଡ ଜନାଦେଶ : ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି, ସୁରକ୍ଷା ବ୍ୟବସ୍ଥା କଡାକଡି

Published By : Prameya-News7 Bureau | December 23, 2019 IST

ରାଞ୍ଚି ୨୩।୧୨: ଆଜି ପ୍ରକାଶ ପାଇବ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳ । ସକାଳ ୮ଟାରୁ ମତଗଣନା ଜାରି ରହିଛି । ୮୧ ସିଟ୍  ବିଶିଷ୍ଟ ବିଧାନସଭା ପାଇଁ ନଭେମ୍ବର ୩୦ରୁ ଡିସେମ୍ବର ୨୦ ମଧ୍ୟରେ ୫ଟି ପର୍ଯ୍ୟାୟରେ ମତଦାନ ହୋଇଛି ।  ଝାଡ଼ଖଣ୍ଡରେ ମହାଁମୁହିଁ ହୋଇଛନ୍ତି ବିଜେପି ଓ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା । ଭୋଟ ଗଣତିକୁ ନଜର ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

{"id":201310,"width":583,"height":414,"sizeSlug":"large"}

ଜେଏମ୍‌ଏମ୍‌ ୪୩ଟି ଆସନ ପାଇଁ ପ୍ରାର୍ଥ ପତ୍ର ଦାଖଲ କରିଥିବା ବେଳେ କଂଗ୍ରେସ ଓ ଆରଜେଡି ୩୧ ଆସନ ପାଇଁ ଲଢ଼ୁଥିଲେ । ସେହିପରି ବିଜେପି ୭୯ଟି ଆସନ ପାଇଁ ପ୍ରାର୍ଥୀ  ଦେଇଥିଲା । ଗତ ଲୋକସଭା ନିର୍ବାଚନରେ ୧୪ଟି ଆସନ ମଧ୍ୟରୁ ବିଜେପି ୧୧ଟି ଦଖଲ କରିଛି । ତେବେ ଫଳାଫଳ ପୂର୍ବରୁ ଏକଜିଟ ପୋଲ ରିପୋର୍ଟ କିନ୍ତୁ ବିଜେପି ବିପକ୍ଷରେ ଯାଉଥିବା ଜଣାପଡ଼ିଛି ।

{"id":201312,"width":573,"height":427,"sizeSlug":"large"}

ଏବିପି-ସି ଭୋଟର ତଥ୍ୟ ସର୍ଭେ ଅନୁସାରେ ଜେଏମ୍ଏମ୍‌ କଂଗ୍ରେସ ଓ ଆରଜେଡି ମେଣ୍ଟକୁ ୩୫ଟି ସିଟ ମିଳିବ । ବିଜେପି ଖାତାକୁ ଯିବ ୩୨ ଓ ଏଜେଏସୟୁ ପାଇବ ୫ଟି ଆସନ । ସେହିପରି ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟ ବିଜେପି ବିପକ୍ଷରେ ଯାଉଛି । ବିରୋଧୀଙ୍କୁ ୩୮ରୁ ୫୦ଟି ଆସନ ଏହି ସର୍ଭେରେ ମିଳିଥିବା ବେଳେ ବିଜେପିକୁ ୨୨ରୁ ୩୨ଟି ସିଟ୍‌ ମିଳିବା ଅନୁମାନ କରାଯାଉଛି ।

{"id":201311,"sizeSlug":"large"}

୨୦୧୪ରେ ହୋଇଥିବା ନିର୍ବାଚନରେ ବିଜେପି ୩୭ଆସନରେ ବିଜୟୀ ସହ ସହଯୋଗୀ AJSU ପାର୍ଟିର ୫ସିଟ୍ ସହାୟତାରେ ସରକାର ଗଠନ କରିଥିଲେ । ସେହିପରି JMM କୁ ୧୯, କଂଗ୍ରେସକୁ ୬ ଓ ବାବୁଲାଲ ମାରାଣ୍ଡିଙ୍କ ପାର୍ଟି ଝାଡଖଣ୍ଡ ବିକାଶ ମୋର୍ଚ୍ଚା ବା JVMକୁ ୮ଟି ଆସନ ମିଳିଥିଲା, ପରେ JVMର ୬ଜଣ ବିଧାୟକ ଦଳ ବଦଳାଇ ବିଜେପିକୁ ସମର୍ଥନ ଦେଇଥିଲେ । ସେହିପରି ୨୦୧୪ ନିର୍ବାଚନରେ ଅନ୍ୟଦଳମାନଙ୍କୁ ୬ଟି ଆସନ ମିଳିଥିଲା ।  ଗତ ଥର ଝାଡ଼ଖଣ୍ଡରେ ବିଜେପି ନେତୃତ୍ବାଧିନ ସରକାର ଥିବା ବେଳେ ୨୦୧୪ରେ ୬୬.୫୩% ମତଦାନ ହୋଇଥିବା ବେଳେ ଚଳିତ ଥର ହାରାହାରି ୬୫.୧୭ ପ୍ରତିଶତ ମତଦାନ ହୋଇଛି ।

wp:core-embed/twitter {"url":"https://twitter.com/ANI/status/1208938317363867648","type":"rich","providerNameSlug":"twitter","className":""}
https://twitter.com/ANI/status/1208938317363867648
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.