oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ହକି ବିଶ୍ବକପ୍ ପାଇଁ ଆରମ୍ଭ ହୋଇଛି କାଉଣ୍ଟ ଡାଉନ୍ ।

29/08/2018 at 9:01 AM

ଭୁବନେଶ୍ଵର;୨୯/୦୮-ହକି ବିଶ୍ବକପ୍ ପାଇଁ ଆରମ୍ଭ ହୋଇଛି କାଉଣ୍ଟ ଡାଉନ୍ । ହକି କ୍ୟାଲେଣ୍ଡରର ସର୍ବବୃହତ ଖେଳ ଓଡ଼ିଶା ହକି ପୁରୁଷ ବିଶ୍ବକପ୍ ଆୟୋଜନକୁ ଆଉ ମାତ୍ର ୯୦ ଦିନ ବାକି ରହିଛି । ଆସନ୍ତା ନଭେମ୍ବର ୨୮ ତାରିଖରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ମୋଟ୍ ୧୬ଟି ଦେଶର ଖେଳାଳୀ ତାଙ୍କ ଷ୍ଟିକର ଯାଦୁକରୀ ପ୍ରଦର୍ଶନରେ ୩ ସପ୍ତାହ ଧରି ଦର୍ଶକଙ୍କୁ ବାନ୍ଧି ରଖିବେ । ତେବେ ଏହାକୁ ସଫଳ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମରେ ଦସ୍ତଖତ କରି ହାର୍ଟବିଟସ ଫର ହକି କ୍ୟାମ୍ପେନର ଶୁଭାରମ୍ଭ କରିଛନ୍ତି । ତେବେ ଏହି କ୍ରୀଡାର ଅଧିକ ପ୍ରଚାର ପ୍ରସାର ପାଇଁ ପାଖାପାଖି ୧୭ଟି ସହରରେ କ୍ୟାମ୍ପେନ୍ କରାଯିବ । ରୋଡ ସୋ, ବିଶ୍ବକପ୍ ମ୍ୟୁଜିକ୍ ଭିଡିଓ ଉନ୍ମୋଚନ କରାଯାଇଛି । ହାର୍ଟ ବିଟ୍ ଫର ହକି ଗାଡି ଜଳନ୍ଧର, ଲକ୍ଷ୍ନୌ, ରାଞ୍ଚି, ଦିଲ୍ଲୀ, ଚେନ୍ନାଇ ପରିଭ୍ରମଣ କରିବ । ସେହିପରି ଚଣ୍ଡିଗଡ, ବେଙ୍ଗାଲୁରୁ, ମୁମ୍ବାଇ, ଭୋପାଳ, ରାଉରକେଲା, ଇମ୍ଫାଲରେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ହକି ଷ୍ଟିକକୁ ପ୍ରଦର୍ଶିତ କରାଯିବ । ଏହା ସହ ଆଜି ଜାତୀୟ କ୍ରୀଡା ଦିବସରେ ସଫଳ କ୍ରୀଡାବିତଙ୍କୁ ବିଭାଗ ତରଫରୁ ସମ୍ମାନିତ କରାଯାଇଛି । ଲାଇଫଟାଇମ ଆଚିଭମେଣ୍ଟ ନାରାୟଣ ସାହୁ, ଶ୍ରେଷ୍ଠ କୋଚ ସଞ୍ଚୟ ଗଡନାୟକ, ଶ୍ରେଷ୍ଠ ଖେଳାଳି ସୁନିତା ଲାକ୍ରା, ଅମିତ ରୋହିତ ଦାସ ଏବଂ ଶ୍ରେଷ୍ଠ ସାମ୍ବାଦିକ ସୁଜିତ ଦାସଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଏହା ସହ ସାହସିକତା ପୁରସ୍କାର ଓ ସ୍ବେଚ୍ଚାସେବୀମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

   Related Posts