ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ହ୍ରାସ ଦାବିରେ କାଉନସିଲରଙ୍କ ଅନିର୍ଦ୍ଦିଷ୍ଟକାଳ ଅନଶନ, ବିନା ଅନୁମୋଦନରେ କାମ କରୁଛନ୍ତି ଅଧ୍ୟକ୍ଷା !

Published By : Prameya-News7 Bureau | May 27, 2022 IST

ଦେବଗଡ: ଦେବଗଡ଼ ପୌରପରିଷଦ ପକ୍ଷରୁ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ପ୍ରତ୍ୟାହାର ସହ ପାଞ୍ଚ  ଦଫା ଦାବିରେ ଶୁକ୍ରବାର ପୌର ପରିଷଦ ସମ୍ମୁଖରେ ପୌର ପରିଷଦର ସାତ ଜଣ କାଉନସିଲର ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଅନଶନ ଆରମ୍ଭ କରିଛନ୍ତି l ସ୍ୱାଧୀନ କାଉନସିଲର ଧର୍ମେନ୍ଦ୍ର କୁମାର ଦେବତାଙ୍କ ନେତୃତ୍ୱରେ ଉପ ନଗରପାଳ ପ୍ରଜିତ କୁମାର ଭୋଜ, କାଉନସିଲର କାର୍ତ୍ତିକ ମହାକୁଳ, ମଧୁସୂଦନ ବାଗ, ପିଙ୍କି ସାହୁ, ଇତିଶ୍ରୀ ମିଶ୍ର ଓ ସରୋଜିନୀ ମୁଣ୍ଡା ପ୍ରମୁଖ ପୌର କାର୍ଯ୍ୟାଳୟ ସମ୍ମୁଖରେ ହାତରେ ପ୍ଲା କାର୍ଡ ଧରି ଅନଶନ ଓ ଧାରଣା ଆରମ୍ଭ କରିଛନ୍ତି।

{"id":635174,"sizeSlug":"full","linkDestination":"none"}

ହୋଲଡିଂ ଟ୍ୟାକ୍ସକୁ ପୂର୍ବପରି ୨୦% ରିହାତି ସହ ସମୟ ସୀମାକୁ ଜୁନ ମାସ ପର୍ଯ୍ୟନ୍ତ ବୃଦ୍ଧି, ଦୈନିକ ପରିବା ବଜାର ନିଲାମକୁ ରଦ୍ଦ କରି ପରିଷଦ ଅନୁମୋଦନ ପରେ ପୁନଃ ନିଲାମ କରାଯିବା, ପୌର ପରିଷଦ କଲ୍ୟାଣ ମଣ୍ଡପର ଦୈନିକ ଭଡା  ୧୮ ହଜାର ପରିବର୍ତ୍ତେ ୧୦ ହଜାର କରାଯିବା, ପରିବା ବଜାର ଠାରେ ଶୌଚାଳୟ ନିର୍ମାଣ ସହ ଅବସର ପ୍ରାପ୍ତ ପୌର କର୍ମଚାରୀଙ୍କୁ ବକେୟା  ଅର୍ଥ ଶୀଘ୍ର ପ୍ରଦାନ ଆଦି ଦାବି ନେଇ ବିରୋଧୀ ବିଜେପି ଓ ଜଣେ ସ୍ବାଧୀନ କାଉନସିଲର ଏହି ଅନଶନରେ ବସିଛନ୍ତି। 

{"id":635171,"sizeSlug":"full","linkDestination":"none"}

ଦେବଗଡ ପୌର ପରିଷଦରେ ଅଧ୍ୟକ୍ଷା ପଦବୀ ବିଜେଡି ହାତକୁ ଯାଇଥିବା ବେଳେ ମୋଟ ଏଗାର ଜଣ କାଉନସିଲରଙ୍କ ମଧ୍ୟରୁ ବିଜେପିର ଛଅ ଜଣ, ବିଜେଡିର ଚାରିଜଣ ଓ ଜଣେ ସ୍ବାଧୀନ କାଉନସିଲର ରହିଛନ୍ତି। ଏଭଳି ସ୍ଥିତିରେ ଅଧ୍ୟକ୍ଷା ଓ ନିର୍ବାହୀ ଅଧିକାରୀ ବିରୋଧୀ ବିଜେପି କାଉନସିଲର ମାନଙ୍କୁ ଅଣଦେଖା କରି କାଉନସିଲରଙ୍କ ବିନା ଅନୁମୋଦନରେ ବିଭିନ୍ନ କାର୍ଯ୍ୟ କରୁଛନ୍ତି ବୋଲି କାଉନସିଲର ମାନେ ଅଭିଯୋଗ କରିଛନ୍ତି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.