ନୂଆଦିଲ୍ଲୀ ୦୨/୧୨: କର୍ଣ୍ଣାଟକରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣେ ମହିଳା କାଉନସିଲରଙ୍କୁ ବିଜେପି ବିଧାୟକ ଧକ୍କା ମାରିଥିବା ଅଭିଯୋଗ ହୋଇଛି। ତେବେ ଗର୍ଭବତୀ ମହିଳାଙ୍କୁ ଧକ୍କା ମାରିବା ଫଳରେ ତାଙ୍କୁ ଗର୍ଭପାତ କରାଇବାକୁ ପଡ଼ିଛି। ଡାକ୍ତରଙ୍କ ପରାମର୍ଶ ନେବା ପରେ ମହିଳା କାଉନସିଲର ଗର୍ଭପାତ କରାଇଛନ୍ତି।
ମହାଲିଙ୍ଗପୁର ନଗର ପାଳିକା ପରିଷଦ ଅଧ୍ୟକ୍ଷ ନିର୍ବାଚନ ପାଇଁ ନଭେମ୍ବର ୯ରେ ନାମାଙ୍କନ ଭରିବାକୁ ଯାଇଥିଲେ ମହିଳା କାଉନସିଲର ଚାନ୍ଦିନୀ ନାଏକ । ନଗର ପାଳିକା ଭବନରେ ପ୍ରବେଶ କରିବାରୁ ରୋକିବାକୁ ଯାଇ ବିଧାୟକ ସିଦୁ ସାବଡ଼ି ଓ ତାଙ୍କ ସମର୍ଥକ ତାଙ୍କୁ ଧକ୍କା ମାରିଥିବା କାଉନସିଲର ଅଭିଯୋଗ କରିଛନ୍ତି। ଧକ୍କା ମାରିବା ସହ ତାଙ୍କୁ ଘୋଷାରି ଥିବା ବି ଅଭିଯୋଗ ହୋଇଛି।
ବିଲ୍ଡିଂର ମୁଖ୍ୟ ଦ୍ବାରରେ ତାଙ୍କୁ ଧକ୍କା ମରାଯିବା ପରେ ସେ ଗେଟ୍ରେ ଧକ୍କା ହୋଇଥିଲେ। ତାପରେ ତାଙ୍କ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥିବା ଚାନ୍ଦିନୀ କହିଛନ୍ତି। ସିଦୁ ସାବଡ଼ି ଓ ତାଙ୍କ ସମର୍ଥଙ୍କୁ ଚାନ୍ଦିନୀଙ୍କୁ ଧକ୍କା ମାରିଥିବା ତାଙ୍କ ସ୍ବାମୀ ନାଗେଶ ନାଏକ କହିଛନ୍ତି। ସେତେବେଳେ ଚାନ୍ଦିନୀ ୩ ମାସର ଗର୍ଭବତୀ ଥିଲେ। ଏହି ଘଟଣା ପରେ ତାଙ୍କର ଗର୍ଭପାତ ହୋଇଥିବା ନାଗେଶ କହିଛନ୍ତି। ତେବେ ଏହି ମାମଲାରେ ବିଧାୟକଙ୍କ ବିରୋଧରେ କୋର୍ଟ ଯିବା ସହ ନ୍ୟାୟିକ ଲଢ଼େଇ କରିବେ ବୋଲି ନାଗେଶ କହିଛନ୍ତି।
wp:core-embed/twitter {"url":"https://twitter.com/ANI/status/1333958567762698241","type":"rich","providerNameSlug":"twitter","className":""} /wp:core-embed/twitterଅନ୍ୟପଟେ ବିଧାୟକ ଏଭଳି ଏକ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏପରିକି ଚାନ୍ଦିନୀ ଗର୍ଭବତୀ ନଥିବା ନେଇ କହିଛନ୍ତି ବିଧାୟକ ସିଦୁ ସାବଡ଼ି। ଏହା ସହ ଜିଲ୍ଲା ହସପିଟାଲରେ ନିକଟରେ କୌଣସି ଗର୍ଭପାତ ହୋଇନଥିବା କର୍ତ୍ତୃପକ୍ଷ ତାଙ୍କୁ କହିଛନ୍ତି ବୋଲି ବିଧାୟକ ସିଦୁ ସାବଡ଼ି କହିଛନ୍ତି।