ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କୁ ମାରପିଟ ଘଟଣା, ଉପାଧ୍ୟକ୍ଷ ପ୍ରଜିତ ଏବଂ କାଉନସିଲର ଧର୍ମେନ୍ଦ୍ର ଦେବତା ଗିରଫ

Published By : Prameya-News7 Bureau | January 06, 2023 IST

ଦେବଗଡ଼: ଦେବଗଡ଼ ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କୁ ମାଡ଼ପିଟ ଘଟଣାରେ ପୋଲିସ ପକ୍ଷରୁ ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ ଓ ସ୍ଵାଧୀନ କାଉନସିଲର ଧର୍ମେନ୍ଦ୍ର କୁମାର ଦେବତାଙ୍କୁ ଗିରଫ କରାଯାଇଛି।  ଗତ ସୋମବାର ୨ ତାରିଖ ଦେବଗଡ ପୌର ପରିଷଦ ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ରଙ୍କୁ ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ ଓ ସ୍ଵାଧୀନ କାଉନସିଲର ଧର୍ମେନ୍ଦ୍ର କୁମାର ଦେବତା ମାଡପିଟ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଦେବଗଡ ଆଦର୍ଶ ଥାନାରେ ଅଭିଯୋଗ ପରେ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା ।

{"id":729758,"sizeSlug":"full","linkDestination":"none"}

ଶୁକ୍ରବାର ଉପାଧ୍ୟକ୍ଷ ଓ ସ୍ଵାଧୀନ  କାଉନସିଲର ଦେବଗଡ ଆଦର୍ଶ ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଦଫା ୧୨୦(ବି), ୪୪୮, ୩୩୨, ୩୨୩, ୩୫୩, ୫୦୬ ଆଇପିସି ଅନୁଯାୟୀ ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ସେପଟେ ସେଦିନ ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ର ଅନ୍ୟ ଜଣେ କର୍ମଚାରୀ ଅଭିଷେକ ମିଶ୍ର ମିଶି ଜାତିଆଣ ଗାଳିଗୁଲଜ କରିବା ସହ ମାଡପିଟ କରିଥିବା ନେଇ ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ ଅଭିଯୋଗ କରିଥିଲେ । ପୌର ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ ଏ ନେଇ  ଦେବଗଡ ଆଦର୍ଶ ଥାନାରେ ଅଭିଯୋଗ କରିଥିବା ବେଳେ ତାଙ୍କ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ସେ ଅଭିଯୋଗ କରିଛନ୍ତି। 

ଦେବଗଡ ପୌର ପରିଷଦର ଅଧ୍ୟକ୍ଷା ଭାବେ ବିଜେଡି ପ୍ରାର୍ଥୀନୀ ରହିଥିବା ବେଳେ ୧୧ ଜଣ କାଉନସିଲର ମଧ୍ୟରେ ଛଅ ଜଣ ବିଜେପି, ଚାରିଜଣ ବିଜେଡି ଓ ଜଣେ ସ୍ବାଧୀନ କାଉନସିଲର ରହିଛନ୍ତି । ଫଳରେ ବିଭିନ୍ନ ସମୟରେ ବିଜେପି ଓ ବିଜେଡି ମଧ୍ୟରେ ଟଣାଓଟରା ଲାଗିଥିବା ବେଳେ ଏଥିରେ ନିର୍ବାହୀ ଅଧିକାରୀ ଯୋଡି ହୋଇଯାଇଛନ୍ତି । ଏହି ଘଟଣା ପରେ ବିଜେପି ଓ ବିଜେଡିର ସମର୍ଥକ ଓ କର୍ମୀ ଥାନା ସମ୍ମୁଖରେ ଜମା ହୋଇଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ଉଚ୍ଚବାଚ୍ଚ ଲାଗି ରହିଥିବା ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.