ବିପୁଳ ପରିମାଣର କଫ୍‌ ସିରଫ ଜବତ, ୫ ଗିରଫ

Published By : Prameya-News7 Bureau | May 03, 2023 IST

ପାଟଣାଗଡ ୦୩/୦୫: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସକୁ ସଫଳତା । ବିପୁଳ ପରିମାଣର କଫ୍‌ ସିରପ୍ ଜବତ । ଖପ୍ରାଖୋଲ ଥାନା ବଜଳସାଗର ଗାଁ ନିକଟରେ ମଙ୍ଗଳବାର ରାତିରେ ଗୋଟିଏ କାରରୁ ଅନ୍ୟ ଏକ କାରକୁ ସ୍ଥାନାନ୍ତର କରୁଥିବା ବେଳେ ଧରିଥିଲା ପୋଲିସ । ଖପ୍ରାଖୋଲ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରି ୬୩୯ ବୋତଲ କଫ୍ ସିରପ୍ ସହ ୧୩୦୦ ଟଙ୍କା ଜବତ କରିଛି ।

ବ୍ୟବହାର କରାଯାଇଥିବା ଦୁଇଟି କାର ସହ ଦୁଇଟି ମୋଟର ସାଇକେଲ ଓ ପାଞ୍ଚ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ମାନେ ହେଲେ ପଦ୍ମପୁର ଦୁର୍ଯ୍ୟୋଧନ ସାହୁ ଜୟରାମ ତ୍ରିପାଠୀ ଲୋକେସ ନାୟକ ବେଳପଡାର ରଞ୍ଜନ ସ୍ୱାଇଁ ଭୁର୍ସି ପାଲିର ଶ୍ରୀକାନ୍ତ ବେହେରା ବଲାଙ୍ଗୀର ହାତୀସାଲ ପଡ଼ାର ଏ ମାନେ ଖପ୍ରାଖୋଲ ଥାନା ଅନ୍ତର୍ଗତ ବଜଳସାଗରରୁ ଗିରଫ କରାଯାଇଛି ।

ଖପ୍ରାଖୋଲ ପୋଲିସ ଏ ଦିଗରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ପାଟଣାଗଡ଼ କୋର୍ଟ ଚାଲାଣ କରାଯାଇଛି ବୋଲି ଖପ୍ରାଖୋଲ ପୋଲିସ ସୂଚନା ଦେଇଛନ୍ତି । ତେବେ ଏହି କଫସିରଫ ଗୁଡିକ ଖପ୍ରାଖୋଲ ଅଞ୍ଚଳରେ ନିଶା ଦ୍ରବ୍ୟ ବେଆଇନ ଭାବେ ଖୋଲାବଜାରରେ ବିକ୍ରି କରି ବାକୁ ନେଉଥିବା ଜଣାପଡିଛି । ବାରମ୍ବାର ପୋଲିସ ହେଉ କି ଅବକାରୀ ବିଭାଗ କଫସିରଫ ମାଫିଆ ମାନେ ଧରାପଡୁଥିଲେ ମଧ୍ୟ କଫସିରଫ ମାଫିଆ ମାନେ ବୋଲ ମାନୁନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.