୪୦ ପେଟି କଫ୍ ସିରପ୍ ଜବତ, ମାଷ୍ଟର ମାଇଣ୍ଡ ଗୋଲୁ ସହ ୪ ଗିରଫ

Published By : Prameya-News7 Bureau | January 18, 2020 IST

ବଲାଙ୍ଗିର ୧୮।୧: କଫ୍ ସିରପ୍ ନିଶା ବେପାରର ଚେର ଲମ୍ବିଛି କୋଲକାତା ଯାଏଁ । ନ୍ୟୁଜ ୭ର ଖୋଳତାଡ ପରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । କୋଲକାତାରୁ କଟକ ଦେଇ ପଶ୍ଚିମଓଡିଶା ସାରା ବେପାର ଚାଲିଛି । କଫ୍ ସିରପ୍ ସ୍ଲୋପଏଜନ- ନ୍ୟୁଜ ୭ର ଷ୍ଟିଙ୍ଗ୍ ଅପରେସନ ପରେ ପଶ୍ଚିମଓଡିଶାରେ ଧରପଗଡ ଜୋରଦାର ହୋଇଛି । ଗୋଟିକ ପରେ ଗୋଟିଏ ମାଷ୍ଟର ମାଇଣ୍ଡ ପୋଲିସ କବଜାକୁ ଆସୁଛନ୍ତି । ଏହି କାରବାରର ଖିଅ ଆହୁରି ଫିଟିବାରେ ଲାଗିଛି ।

{"id":212856,"sizeSlug":"large"}

ମାଷ୍ଟର ମାଇଣ୍ଡ ସାନ ନେଗି ପରେ ଏବ କବଜାକୁ ଆସିଛି ଲକ୍ଷ୍ମୀନାରାୟଣ ଅଗ୍ରୱାଲ ଓରଫ ଗୋଲୁ । ବଲାଙ୍ଗୀର ସଦର ଥାନା ପୋଲିସ ୪୦ ପେଟି କଫ୍ ସିରପ୍ ଜବତ କରିଥିବା ବେଳେ ମାଷ୍ଟର ମାଇଣ୍ଡ ଗୋଲୁ ସହ ୪ ଜଣଙ୍କୁ ଗିରଫ କରିଛି। ଏମାନେ ଦୀର୍ଘ ବର୍ଷ ଧରି ରାଜ୍ୟ ବାହାରୁ ବଲାଙ୍ଗୀର ସମେତ ସାରା ପଶ୍ଚିମଓଡିଶାକୁ କଫ୍ ସିରପ୍ ଚାଲାଣ କରୁଥିବା ଜଣାପଡିଛି। ବଲାଙ୍ଗୀରଠାରୁ ନୂଆପଡା ଛତିଶଗଡ ସହ କୋଲକାତା ଓ ଝାରଖଣ୍ଡ ପର୍ଯ୍ୟନ୍ତ ଏହି କଫ୍ ସିରପ୍ ବେପାର ଚେର ଲମ୍ବିଛି ।

{"id":212858,"sizeSlug":"large"}

ସେପଟେ ୫ ଦିନିଆ ରିମାଣ୍ଡରେ ଆଣି ସାନ ନେଗି ସହ ୨ ଜଣ ଅଭିଯୁକ୍ତଙ୍କୁ ପୋଲିସ ପଚରାଉଚରା କରୁଛି । ଗତକାଲି ଗିରଫ ହୋଇଥିବା ଅନ୍ୟ ୫ ଜଣଙ୍କୁ ପୋଲିସ ରିମାଣ୍ଡ ଆଣିବାର ସୂଚନା ରହିଛି । ତେବେ ଖୋଳତାଡ ବେଲେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ବେଶ ଗମ୍ଭୀର । କଟକରୁ ପରିବା କ୍ରେଟ୍ ଭିତରେ ଲୁଚାଇ ଚାଲାଣ ହେଉଛି ପେଟି ପେଟି କଫ୍ ସିରପ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.