ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
9/12/2022 at 8:21 AM

ମୋହନା ୦୯/୧୨: ମେଡ଼ିକାଲ୍ ନିକଟରେ ପଡ଼ିଛି କୁଢ଼ କୁଢ଼ ଔଷଧ । ଏଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ କେନ୍ଦ୍ର ପଛପଟେ । ସରକାର ନିରାମୟ ଯୋଜନା ରେ ରୋଗୀଙ୍କୁ ମାଗଣାରେ ଔଷଧ ଦେବା ବ୍ୟବସ୍ଥା କରିଛନ୍ତି ।
ମୋହନା ମେଡ଼ିକାଲକୁ ଆସୁଥିବା ରୋଗୀ ମାନଙ୍କୁ ବାହାରୁ ଔଷଧ କିଣିବାକୁ କୁହାଯାଉଥିବା ବେଳେ ଅନ୍ୟ ପଟେ ମେଡ଼ିକାଲ ନିକଟରେ କୁଢ଼ କୁଢ଼ ଔଷଧ ପଡିଥିବା ଘଟଣା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ପଡିଥିବା କିଛି ଔଷଧର ବୈଧତା ୨୦୨୨ ଡିସେମ୍ବର ଥିବା ବେଳେ ଅନ୍ୟ କିଛି ଔଷଧ ୨୦୨୩ ପର୍ଯ୍ୟନ୍ତ ବୈଧତା ଥିବା ଦେଖିବାକୁ ମିଳିଛି । ଏତେ ପରିମାଣର ଔଷଧ ଏଭଳି ମେଡ଼ିକାଲ ନିକଟରେ କିଏ ଓ କାହିଁକି ପକାଇଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Related Posts
ନବ ଦାସ ହତ୍ୟା ମାମଲା, ଗୋପାଳଙ୍କ ପରିବାରକୁ ରାତିଅଧିଆ ଜେରା
8 February 2023
ସ୍କୁଲରୁ ଘରକୁ ଫେରୁଥିଲେ ମହିଳା, ଅଧାରାସ୍ତାରେ ଏସିଡ ମାଡ କଲେ ଦୁର୍ବୃତ୍ତ
8 February 2023