ନୂଆଦିଲ୍ଲୀ, ୦୪/୦୮: କୁମ୍ଭୀର ଆକ୍ରମଣରେ ଫୁଟବଲ୍ ଖେଳାଳିଙ୍କ ମୃତ୍ୟୁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କୋଷ୍ଟା ରିକାରେ। ଏଠାରେ ଜିସସ ଆଲବର୍ଟୋ ଲୁପେଜ ଓରଟିଜ୍ ନାମକ ଜଣେ ଫୁଟବଲ୍ ଖଳାଳିଙ୍କ ମୃତ୍ୟୁ ଏକ କୁମ୍ଭୀର ଆକ୍ରମଣ ଯୋଗୁଁ ହୋଇଛି। ସ୍ପାନିଶ ଗଣମାଧ୍ୟମ ମାର୍କା ଅନୁଯାୟୀ, କୁମ୍ଭୀର ଆକ୍ରମଣ କରିବା ପରେ ତାଙ୍କୁ ନଦୀରେ ଅଧିକ ଭିତରକୁ ଟାଣିନେଇଯାଇଥିଲା।
ଘଟଣା କୋଷ୍ଟା ରିକାର ରାଜଧାନୀ ସାନ୍ ଜୋସ୍ରୁ ପ୍ରାୟ ୧୪୦ ମାଇଲ୍ ଦୂର ଗୁଆନାକାଷ୍ଟର ସାଣ୍ଟା କ୍ରୂଜ୍ ସହର ନିକଟସ୍ଥ କାନସାସ ନଦୀରେ ଘଟିଛି। ଏଠାରେ ବନ୍ଦ ଥିବା ଏକ ବ୍ରିଜ୍ ଉପରେ ବ୍ୟାୟାମ କରୁଥିବା ସମୟରେ ଓରଟିଜ୍ ନଦୀକୁ ଡେଇଁଥିଲେ। ତାଙ୍କୁ ଜଣାଥିଲା ଯେ ଏହି ନଦୀରେ କୁମ୍ଭୀର ରହିଛନ୍ତି। ତେବେ କୁମ୍ଭୀର ନଦୀକୁ ଟାଣିନେବା ଫଳରେ ପାଣିରେ ବୁଡ଼ିଯିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ମଧ୍ୟ କୁହାଯାଉଛି। ପ୍ରତ୍ୟକ୍ଷଦର୍ଶୀ କୁମ୍ଭୀର ସହ ଏକ ମୃତଦେହ ନଦୀରେ ଭାସୁଥିବାର ଦେଖିଥିଲେ।
ଓରଟିଜ୍ ରିଓ ଡେପୋରଟିଭୋ ରିଓ କାନସାସର କ୍ଲବ୍ର ସଦସ୍ୟ ଥିଲେ। ସେ କୋଷ୍ଟା ରିକାନ୍ ଆସେନେସୋ ଲିଗ୍ରେ ମଧ୍ୟ ଖେଳିଛନ୍ତି। ଟିମ୍ ମଧ୍ୟ ଓରଟିଜ୍ଙ୍କ ମୃତ୍ୟୁ ନେଇ ଫେସବୁକ୍ ପୋଷ୍ଟରେ ସ୍ପଷ୍ଟ କରିଛି। ସ୍ଥାନୀୟ ରେଡ୍ କ୍ରସ୍ କହିଛି ଓରଟିଜ୍ଙ୍କ ମୃତଦେହ ଆଣିବା ପାଇଁ କୁମ୍ଭୀରକୁ ଗୁଳିମାରିବାକୁ ପଡ଼ିଥିଲା।