ନୂଆଦିଲ୍ଲୀ: ହମାସ୍-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ବଢିଲା ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସମସ୍ୟା। ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ବିରୋଧରେ ହୋଇଥିବା ଏକ ଦୁର୍ନୀତି ମାମଲାର ଶୁଣାଣି ମଙ୍ଗଳବାର ଇସ୍ରାଏଲର କୋର୍ଟ ଆରମ୍ଭ କରିବେ।
ବେଜେକ୍ ମାଲିକାନାରେ ଥିବା ୱେବସାଇଟରେ ସପକ୍ଷରେ ମିଡିଆ କଭରେଜ ପାଇଁ ବେଜେକ୍ ଟେଲିକମ୍ୟୁନିକେସନ ପାଇଁ ଲାଭଦାୟକ ନିୟାମକ ପଦକ୍ଷେପ ଗ୍ରହଣ କରିଥିବା ଅଭିଯୋଗ ହୋଇଛି। ଏହି ମାମଲାର ଶୁଣାଣି ମଙ୍ଗଳବାରଠାରୁ ଆରମ୍ଭ ହେବ।
ଜୁନରେ ୩ଜଣ ବିଚାରପତି ଲାଞ୍ଚ ଅଭିଯୋଗ ପ୍ରତ୍ୟାହାର କରିବାକୁ ଅଭିଯୋଗକାରୀଙ୍କୁ ପରାମର୍ଶ ଦେଇଥିଲେ। ତେବେ ଅଭିଯୁକ୍ତମାନେ ଏହି ଅଭିଯୋଗ ପ୍ରତ୍ୟାହାର କରିବାକୁ ମନା କରି ମାମଲା ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ସମ୍ପୃକ୍ତ ଲୋକଙ୍କ ସାକ୍ଷ୍ୟ ଶୁଣାଣି କରିଥିଲେ।
ଅଧିକ ପଢନ୍ତୁ- ଅସ୍ତ୍ରବିରତି ଶେଷ ପରେ ପୁଣି ଅଶାନ୍ତ ଗାଜା: ଇସ୍ରାଏଲର ଘନଘନ ରକେଟ୍ ମାଡ଼, ଦୁଇ ଦିନରେ ୭୦୦ ଲୋକଙ୍କ ମୃତ୍ୟୁ
ଲାଞ୍ଚ ମାମଲାର ଶେଷ ଶୁଣାଣି ସେପ୍ଟେମ୍ବର ୨୦ରେ ହୋଇଥିଲା। ଏହା ପରେ କୋର୍ଟ ଛୁଟି ପାଇଁ ସ୍ଥଗିତ ରଖାଯାଇଥିଲା। ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସ ଯୁଦ୍ଧ ହେତୁ ନେତାନ୍ୟାହୁଙ୍କ ବିରୋଧରେ ଦୁର୍ନୀତି ମାମଲାରେ ଶୁଣାଣି ବନ୍ଦ ହୋଇଯାଇଥିଲା।