ଶ୍ରମ ବିଭାଗରେ କେମିତି ଚାଲିଛି ପିସି କାରବାର ଦେଖନ୍ତୁ ଭିଡିଓ…

Published By : Prameya-News7 Bureau | October 19, 2019 IST

ବଲାଙ୍ଗିର ।୧୦: ଚାଲିଛି ପିସି କାରବାର । ଦୁର୍ନୀତି ଯେମିତି ଚରି ଯାଇଛି । ଦୁର୍ନୀତିମୁକ୍ତ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ ସତ୍ବେ ପିସି କାରବାର ଚାଲିଛି । ନ୍ୟୁଜ ୭ ହାତରେ ଲାଗିଛି ଏମିତି ଦୁଇଟି ଭିଡିଓ ଯେଉଁଥିରେ ଖୋଲିଛି ପିସି କାରବାରର ଗୁମର ।

ବଲାଙ୍ଗିରରେରେ ଦେଖିବାକୁ ମିଳିଛି ପିସି କାରବାର । ଲାଇସେନସ ଦେବାକୁ ବଲାଙ୍ଗିର ଶ୍ରମ ବିଭାଗର କର୍ମଚାରୀ ନେଉଛନ୍ତି ଟଙ୍କା । ପୁଣି ବିନା ଟଙ୍କାରେ ଯିଏ ଲାଇସେନସ ଦେବ ତା ହାତ କାଟିଦେବି ବୋଲି ଧମକ ମଧ୍ୟ ଦେଉଛନ୍ତି । ଗୁପ୍ତ କ୍ୟାମେରାରେ କଏଦ ହୋଇଥିବା ଏହି ଦୃଶ୍ୟ ବଲାଙ୍ଗିର ଶ୍ରମ ବିଭାଗର । ଲେବର୍ ଲାଇଲେସ ପାଇଁ କର୍ମଚାରୀ ଜଣକ ଟଙ୍କା ମାଗୁଛନ୍ତି । ପୁଣି ଆଜି ଟଙ୍କା ଦେଲେ ବି ଆଜି କାମ ହୋଇପାରିବନି ବୋଲି କହୁଛନ୍ତି । ପୁଣି ଟଙ୍କା ନନେଇ ଯିଏ କାମ କରିଦେବ ତା ହାତ କାଟି ଦେବି ବୋଲି ସିଧା ଧମକ ଦେଉଛନ୍ତି ।

ଖୋର୍ଦ୍ଧା ଜିଲ୍ଲା ବାଣପୁରର ତୋରସିଂଙ୍ଗା ପଞ୍ଚାୟତରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଛି । ଏହି ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ହିଁ ସରପଞ୍ଚଠାରୁ ପାୱାରଫୁଲ । ରାଜ୍ୟରେ ପିସି କଲଚର କେମିତି ଚାଲିଛି ଏବଂ କାହାର କେତେ ଭାଗ ଅଛି, ସେଥିରେ ବି ସରପଞ୍ଚ ସ୍ବାମୀଙ୍କର ଭାଗ ରହିଛି।  ଯାହାର ଏକ  ଭିଡିଓ ନ୍ୟୁଜ୍ ସେଭେନ ହାତରେ ଲାଗିଛି । ସରପଞ୍ଚଙ୍କ ସ୍ବାମୀ ସାରଥୀ ପ୍ରଧାନଙ୍କୁ ଘେରିଛନ୍ତି ଭଗବତୀପୁର ଗାଁ ଲୋକେ।  ୮ ପର୍ସେଣ୍ଟର ହିସାବ ମିଳୁନି। ଗାଁ ଲୋକଙ୍କ ଅଭିଯୋଗ ହୋଇଥିଲା ଯେ  ସରପଞ୍ଚଙ୍କ ସ୍ବାମୀ ୪ ପର୍ସେଣ୍ଟ ପିସି ନେବାର କଥା ହୋଇଥିଲା। କିନ୍ତୁ କାହିଁକି ସେ ୮ ପର୍ସେଣ୍ଟ ନେଲେ ବୋଲି ଲୋକେ ପ୍ରଶ୍ନ କରିଥିଲେ। ସରପଞ୍ଚଙ୍କ ସ୍ବାମୀ ସାରଥୀ ପ୍ରଧାନ ସ୍ବୀକାର କରୁଛନ୍ତି ଯେ ତାଙ୍କର ୨ ପର୍ସେଣ୍ଟ ଓ ପରିଡ଼ାବାବୁଙ୍କର ୨ ପର୍ସେଣ୍ଟ, ପୁଣି ସେଠି ଜେଇଙ୍କର ୪ ପର୍ସେଣ୍ଟ କଥା ମଧ୍ୟ ଉଠୁଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରାଇବା ଲାଗି ଏହି ପିସି କାରବାର ଭାଗବଣ୍ଟା ଚାଲିଛି।  ଲକ୍ଷେ ୩୦ ହଜାର ଟଙ୍କାର ଘର ପାଇବାକୁ ଜଣେ ହିତାଧିକାରୀ କେତେ କେତେ ପର୍ସେଣ୍ଟ ଦେଉଛନ୍ତି ତାହାର ଏହା ହେଉଛି ପ୍ରମାଣ। ଏହି   ଭିଜୁଆଲରେ ଗାଁ ଲୋକେ ମାନୁଛନ୍ତି, କିଏ କେତେ ପର୍ସେଣ୍ଟ ନେବ ବୋଲି କଥା ହୋଇଥିଲା। ଆଉ ହିସାବ ମିଳୁନଥିବା ଟଙ୍କା କିଏ ନେଇଛି। ସିଧା ମୁହାଁମୁହିଁ ଚାଲିଛି। 

ହିସାବ ପାଇଲେ କି ନାହିଁ, କିଏ କେତେ ପାଇଲେ ତାହା ଯେତିକି ଗୁରୁତ୍ବପୂର୍ଣ୍ଣ  ନୁହେଁ ରାଜ୍ୟରେ ପିସି କାରବାର କେମିତି ଚାଲିଛି ତାହା ଏହି ଦୁଇଟି ଘଟଣା ସ୍ପଷ୍ଟ କରୁଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.