scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆଦର୍ଶ ପଂଚାୟତରେ ଦୁର୍ନୀତି

1/05/2018 at 8:23 AM

ଆଦର୍ଶ ପଂଚାୟତରେ ଆଦର୍ଶ ଘୋଟଲା। ଏକଥା ଟିକିଏ ଶୁଣିଲେ ଆପଣଙ୍କୁ ଅଡୁଆ ଅଡୁଆ ଲାଗୁଥାଇ ପାରେ। ପଂଚାୟତରେ ପୁଣି କଣ ଆଦର୍ଶ ଘୋଟାଲା। ହଁ …..ବଲାଂଗୀର ସାଂସଦ କଳିକେଶ ନାରାୟଣ ସିଂ ଦେଓଙ୍କ ଆଦର୍ଶ ପଂଚାୟତ ଦେଇ ଯାଉଥିବା ରାସ୍ତାରେ ହୋଇଛି ଏହି ଘୋଟାଲା। ପ୍ରଧାନମନ୍ତ୍ରୀ ପ୍ରାମ୍ୟ ସଡକ ଯୋଜନା ବା ପିଏମଜିଏସଓ୍ବାଇ ରାସ୍ତା କାମରେ ହୋଇଛି ବ୍ୟାପକ ଘୋଟାଲା। ରାସ୍ତା କାମରେ ଅନିୟମିତତା ଓ ନିମ୍ନ କାମ ହେଉଥିବା ନେଇ ପୂର୍ବରୁ ସାଂସଦଙ୍କୁ ଅଭିଯୋଗ କରିଥିଲେ ଗ୍ରାମ ବାସୀ। ଏନେଇ ସାଂସଦ ଲୋକଙ୍କୁ ପ୍ରତିଶୃତି ଦେବା ସହ ଏନେଇ ଜିଲ୍ଳା ପ୍ରଶାସନକୁ ଜଣାଇଥିଲେ। ଶେଷରେ ଗ୍ରାମ୍ୟ ଉନ୍ନୟନ ଅଧିକାରୀ ନିଜେ ହାତରେ କୋଦାଳ ଧରି କରିଥିଲେ ରାସ୍ତା କାମର ଜାଂଚ। ଏପରିକି ରାସ୍ତା ନିମ୍ନ ମାନର ହୋଇଥିବା କଥାକୁ ସ୍ବୀକାର କରିବା ସହ ରାସ୍ତା କାମ କରୁଥିବା ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ପିଡି ମହାଶୟ। ସେପଟେ ରାସ୍ତା କାମ ଆଗକୁ ଠିକ ନ ହେଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ।

ପୂର୍ବରୁ ରାସ୍ତା କାମରେ ଅନିୟମିତତା ଓ ନିମ୍ନମାନର କାମ ହେଉଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏପରିକି ଏନେଇ ସାଂସଦଙ୍କୁ ମଧ୍ୟ ରାସ୍ତା କାମ ନିମ୍ନମାନ ହେଉଥିବା ନେଇ ଜଣାଇଛନ୍ତି ଗ୍ରାମବାସୀ। ପରେ ସାଂସଦ ଜିଲ୍ଳା ପ୍ରଶାସନକୁ ଜଣାଇବା ପରେ ଏ ହେଉଛି ତା ପରର ଦୃଶ୍ୟ। ଠିକାଦାର ଜଣକ ଠିକରେ କାମ କରୁଛନ୍ତି କି ନାହିଁ ତାହା ଜାଣିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦେଶକଙ୍କୁ ନିଜ ହାତରେ ଧରିବାକୁ ପଡିଛି କୋଦାଳ। ଏ ହେଉଛି ସଇଁନ୍ତଳା ବ୍ଳକ ବୁଡାବାହାଲ ଗାଁର ଚିତ୍ର। ଦୀର୍ଘ ବର୍ଷ ପରେ ସରକାର ଗାଁ ଲୋକ ଭୋଗୁଥିବା ଯନ୍ତ୍ରଣାକୁ ଅନୂଭବ କରି ବୂଡାବାହାଲ ଗ୍ରାମ ପଂଚାୟତର ମୂଖ୍ୟ ରାସ୍ତାରୂ ମାୟାମୁଣ୍ଡା ଦେଇ ବନ୍ଧପଡା ଗାଁ ପର୍ଯ୍ୟନ୍ତ ଦୁଇ କିଲୋମିଟର ପ୍ରଧାନମନ୍ତ୍ରୀ ସଡକ ତିଆରି ହେବା ନେଇ ଦେଇଥିଲେ ଗ୍ରୀନ ସିଗନାଲ। ହେଲେ ରାସ୍ତା କାମ ଚାଲୁଥିବା ସମୟରେ ହିଁ ରାସ୍ତାର ହାଲ ଏବେଠୁ ବେହାଲ ହୋଇ ପଡିଲାଣି। କେଉଁଠି ପିଚୁ ଉଠିଗଲାଣି ତ ? କେଉଁଠି ରାସ୍ତାରେ ରହିଛି ବହୁ ଖାଲ ଖମା। ଯାହାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ।

Leave a Reply

   Related Posts